Thursday, November 12, 2026
Home ଆଞ୍ଚଳିକ ପାଣି ଘେରରେ ଭଞ୍ଜନଗର ବିଜ୍ଞାପିତ ଅଂଚଳର ୧୫ ନମ୍ବର ୱାର୍ଡ ।

ପାଣି ଘେରରେ ଭଞ୍ଜନଗର ବିଜ୍ଞାପିତ ଅଂଚଳର ୧୫ ନମ୍ବର ୱାର୍ଡ ।

61

ଭଞ୍ଜନଗର , ୧୭/୦୭/୨୨ ( ଜିଲ୍ଲା ଖବର ) : ବିଗତ ତିନି ଦିନ ଲଗାଣ ବର୍ଷାରେ ଭଞ୍ଜନଗର ଅଞ୍ଚଳରେ ବହୁ ଅଂଚଳ ଜଳ ମଗ୍ନ ହୋଇଛି।ବିଜ୍ଞାପିତ ଅଞ୍ଚଳର ୧୫ ନମ୍ବର ୱାର୍ଡ ରେ ୫ ଜଣଙ୍କ ଘରେ ବର୍ଷା ପାଣି ପଶି ଯାଇଛି ।

ଫଳରେ ଘର ଲୋକେ ଗତ କାଲି ଠାରୁ ରସୋଇ ହୋଇ ପାରୁନି କି ଖାଇ ପାରୁ ନାହାନ୍ତି।

ଡହ କେନାଲ ରୁ ଆସୁ ଥିବା ପାଣି ବଢିବାରୁ କେନାଲ ପାଣି ଠିକ ରେ ନିଷ୍କାସିତ ହୋଇ ପାରୁନି ଯାହା ଫଳରେ ବର୍ଷା ଦିନେ ଘର ଭିତରେ ପାଣି ପଶୁଛି।

ଲୋକେ ବାରମ୍ବାର ପ୍ରଶାସନ କୁ ଗୁହାରି କଲେ ସୁଦ୍ଧା ଫଳ ସୁନ।ବାକି ରହିଲା କେବେ ହେବ ଜଳ ନିଷ୍କାସନା ଓ କେବେ ହେବ ଏ ସମସ୍ୟାର ସମାଧାନ।