
ଭଞ୍ଜନଗର , ୧୭/୦୭/୨୨ ( ଜିଲ୍ଲା ଖବର ) : ଗତ ତିନି ଦିନର ଲଗାଣ ବର୍ଷାରେ ବଡପଡା ପଂଚାୟତ ର କୁସପଲି ର ବହୁ ଚାଷ ଜମି କ୍ଷତି ଗ୍ରସ୍ତ ହୋଇଛି ଫଳରେ ଚାଷୀ କୁଳ ହତାଶ ହୋଇଛି।



ଚାଷୀ ଚାଷ କରୁଥିବା ତଳି ସବୁ ନଷ୍ଟ ହୋଉଛି। ଲୋହରା ଖଣ୍ଡି ନଦୀକୁ ସଂଯୋଗ କରୁଥିବା କେନାଲରେ ଅଡିବନ୍ଧ ସୃଷ୍ଟି ହୋଇ ପାଣି ଚାଷ ଜମିକୁ ମାଡ଼ି ଯାଇଛି ଫଳରେ ସମସ୍ତ ଫସଲ ନଷ୍ଟ ହୋଇଛି।


ଏହି ସମସ୍ୟା ବହୁ ଦିନର ,ବାରମ୍ବାର ପ୍ରଶାସନ କୁ ଜଣାଇଲେ ସୁଦ୍ଧା କୋୖଣସି ଫଳପ୍ରଦ ହୋଇପାରିନି।


ଚାଷୀ କ୍ଷତିପୂରଣ ଦାବି କରିବା ସହ ସମସ୍ୟାର ଅନ୍ତ କେବେ ହେବ ଚାହିଁ ବସିଛନ୍ତି ।


