
ଭଞ୍ଜନଗର , ୧୭/୦୭/୨୨ ( ଜିଲ୍ଲା ଖବର ) : ବିଗତ ତିନି ଦିନ ବ୍ୟାପି ଲଗାଣ ବର୍ଷାରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁସଲଉଣ୍ଡି ଗ୍ରାମର ବାଲିସାହି ଜଳମଗ୍ନ ହେବାରୁ ବହୁ ଘର ମାନଙ୍କରେ ବର୍ଷା ଜଳ ପ୍ରବେଶ କରିଥିଲା ।



ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହୋଉଥିଲେ।ଲୋକେ ପ୍ରାୟ ୧୨ ଘଣ୍ଟା ଜଳବନ୍ଦୀ ଭାବେ ରହିଥିଲେ । ଜଳବନ୍ଦୀ ଲୋକମାନଙ୍କ ଥଇଥାନ ଓ କ୍ଷତିପୂରଣ ଦାବିକାରୀ ବାଲିସାହି ବାସିନ୍ଦା ଭଞ୍ଜନଗର ବ୍ରହ୍ମପୁର ରାସ୍ତାକୁ ଦୀର୍ଘ ଏକ ଘଣ୍ଟା ବନ୍ଦ କରିଥିଲେ ।




ଫଳରେ ସହ ସହ ଯାନବାହନ ଅଟକି ରହିଥିଲା ପରେ ଉପ ଜିଲ୍ଲାପାଳ ଓ ପୋଲିସ ଆସି ସେମାନଙ୍କ ସମସ୍ୟା ସମାଧାନ ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବା ସହ ଜଳ ବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରଯାଇଥିଲା ।


