ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ।

117

ନବରଙ୍ଗପୁର , ୧୭/୦୭/୨୨ ( ଜିଲ୍ଲା ଖବର ) : ଡଙ୍ଗର ଭେଜା ମଣ୍ଡଳ ବିଜେପିର କାର୍ଯ୍ୟକାରିଣି ପଥର ଲସା ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିଲେ । ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ସଭା ଆରମ୍ଭ ପୂର୍ବରୁ ଭାରତ ମାତା, ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦୀନ ଦୟାଲ ଉପାଦ୍ଧ୍ୟାୟଙ୍କ  ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଦଳର ଦୁଇ ଦିବଙ୍ଗତ କର୍ମୀ ଯଥା ବାଦି ଗୁଡ଼ା ଗ୍ରାମର ଦେବ ହରିଜନ ଓ କୋଷ୍ଟି ଗୁଡ଼ା ଗ୍ରାମର ଈଶ୍ୱର ଗୌଡ଼ଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।  ଡଙ୍ଗର ଭେଜା ମଣ୍ଡଳର ଯୁବନେତା ରିତେଶ କୁମାର ଭଞ୍ଜଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଦାଇତ୍ଵ ନୂତନ ଭାବେ ଦେଇଥିବାରୁ ତାଙ୍କୁ ମଣ୍ଡଳ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଗତ ପଞ୍ଚାୟତ ନିର୍ବାଚନର ସମୀକ୍ଷାରେ ଛଅଟି ପଞ୍ଚାୟତର କର୍ମୀମାନେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । କେନ୍ଦ୍ର ସଂଗଠନର ନିର୍ଦ୍ଧେଶ କ୍ରମେ ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପୂର୍ବ ମଣ୍ଡଳ ଟିମ ହିଁ ଦାଇତ୍ଵରେ ରହିବେ ବୋଲି ସୂଚନା ଆସିଥିବାରୁ ସେମାନଙ୍କ ସତ୍ୟାପନ କରାଯାଇଥିଲା ।

ସଭାରେ ମଣ୍ଡଳ ଟିମର ସମସ୍ତ କାର୍ଯ୍ୟକର୍ତ୍ତା ତଥା ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା, ବୁଦୁ ଜାନୀ, ଦେବୀପ୍ରସାଦ ମହାପାତ୍ର ପୂର୍ବତନ ସରପଞ୍ଚ ତଥା ଗତ ନିର୍ବାଚନର ଜିଲ୍ଲା ପରିଷଦ ପ୍ରାର୍ଥୀ ବୃନ୍ଦାବନ ନାୟକ ସମେତ ମଣ୍ଡଳ ଉପସଭାପତି ଗୌର ହରି ଶତପଥୀ ଓ ଲଷ୍ମୀ ଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର