Thursday, November 12, 2026
Home ଆଞ୍ଚଳିକ ମରଣ ଯନ୍ତା ପାଲଟିଛି ୩୨୬ ନମ୍ବର ରାଜରାସ୍ତା ପାଲଟିଛି କୁତ୍ରିମ ପୋଖରିଭ୍ରମ ସୃଷ୍ଠି କରୁଛି। ଠିକାଦାର...

ମରଣ ଯନ୍ତା ପାଲଟିଛି ୩୨୬ ନମ୍ବର ରାଜରାସ୍ତା ପାଲଟିଛି କୁତ୍ରିମ ପୋଖରିଭ୍ରମ ସୃଷ୍ଠି କରୁଛି। ଠିକାଦାର ମାଲାମାଲ ଜନସାଧାରଣ ବେହାଲ।

94


ରାୟଗଡ଼ା , ୧୭/୦୭/୨୨ (ଜିଲ୍ଲା ଖବର ) : ଠିକାଦାର ଙ୍କୁ କୋଟିପତି କରୁଛି ପୁର୍ତ୍ତବିଭାଗ ନିମ୍ନ ମାନର କାମ କଲେ ବି ବିଲ୍ ପାସ୍ କରୁଛନ୍ତି | ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କରି ଚାଲିଛନ୍ତି ଦୁର୍ନୀତି ଉପରେ ଦୁର୍ନୀତି।ବିଷମକଟକ,ରାୟଗଡା ପୁର୍ତ୍ତବିଭାଗ | ନିର୍ମାଣ ହେବା କମ୍ ସମୟ ବ୍ୟବଧାନ ରେ ଶୋଚନୀୟ ହେଇ ପଡୁଛି ରାଜରାସ୍ତା |ଏଭଲି ଏକ ଦ୍ରୁଶ୍ୟ ଆମେ ଦେଖିବାକୁ ପାଉଛୁ |ରାୟଗଡା ଜିଲା,ବିଷମକଟକ ବ୍କକ,ଭାତପୁର ଠାରୁ ଚାଟିକୋଣା କୁ ସ°ଯୋଗ କରୁଥିବା ୩୨୬ ରାଜ୍ୟ ରାଜ ରାସ୍ତା ର ଦ୍ରୁଶ୍ୟ ,ନିର୍ମାଣ ହେବା କମ୍ ସମୟ ଚାଲୁଥିଲେ ମଧ୍ୟ ରାଜରାସ୍ତା ର ଅବସ୍ଥା ବେସ ସ°ଙ୍ଗିନ |

ରାସ୍ତା ର ମଧ୍ୟ ଭାଗ ରେ ବଡ ବଡ ଗର୍ତ ହେଇ କୁତ୍ରିମ ପୋଖରି ସୁଷ୍ଟି କରିଛି |ଏହି ଗାତ ମାନଙ୍କ ରେ ଅନେକ ବାଇକ ଚାଳକ ପଡି ଦୁର୍ଘଟଣା ରେ ଶିକାର ହେଉଛନ୍ତି | ପ୍ରତ୍ୟେକ ଯାନ ବାହନ ଚାଳକ ଯାତାୟତ ପାଇଁ ଅନେକ ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି | ଭଲ କରି ଦେଖନ୍ତୁ ଏହି ଦୃଶ୍ୟ ମାଟିରେ ମିସି କାଦୁଅ ପାଲିଟି ଯାଇଛି ପିଚୁ |ମାଲ୍ ବୋଝେଇ ଟ୍ରକ ଯାଉଥିଲେ ରାସ୍ତା ର ପିଚୁ ଫାଟି ଦବି ଯାଇ ,ରାସ୍ତା ର ଉଭୟ ପାର୍ଶ୍ବ ରେ ମାଟି ସହ ବାହାରି ପଡି ଗଦା ହେଇ ଯାଉଛି |


ଫଳ ରେ ପିଚୁ ବିହିନ ରାସ୍ତା ଟି କାଦୁଅ ପାଲିଟି ଯାଉଛି | ଏଭଲି ନିମ୍ନ ମାନର କାମ କଲେ ବିଲ୍ ପୈଠ କରୁଛନ୍ତି |ବିଷମକଟକ ରାୟଗଡା ପୁର୍ତ୍ତବିଭାଗ |ତେବେ ଏଠି ପ୍ରଶ୍ନ ଉଠୁଛି ଯେ ସରକାର ଗମନା ଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି |

କାହାପାଇଁ ନା ଠିକାଦାର ମାନଙ୍କ ସହ ମଲିମିଶି ଭାଗବଣ୍ଟା କରିବା ପାଇଁ , ରାଜରାସ୍ତା ର ସ°ଙ୍ଗିନ ବିଷୟ କୁ ନେଇ ପୁର୍ତ୍ତବିଭାଗ ନିର୍ବାହି ଯନ୍ତ୍ରି ଯମୁନା ବେହେରାଙ୍କୁ ପଚାରିବାରୁ , କହିଲେ ମୁ ନୁଆ ରେ ଚାର୍ଜ ନେଇଛି ସେ ବିଷୟ ମୋତେ ଜଣା ନାହି | ନା ଜାଣି ଜାଣି ଏଭଲି ମନ୍ତବ୍ୟ ଦେଲେ |ବର୍ତମାନ କେବେହବ ରାସ୍ତା ର ମରାମତି ଦେଖିବାକୁ ବାକି ରହିଲା ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।