
କୋଦଳା (ଜିଲ୍ଲା ଖବର) : ଭୁବନେଶ୍ବର ର ଏକ ଘରୋଇ ସପିଂ ମଲ ଏକ୍ସପ୍ଲାନେଡ ର କିଛି କର୍ମଚାରୀ କାର୍ଯ୍ୟରତ ସାମ୍ବାଦିକା ସ୍ଵାତୀ ଜେନା ଙ୍କୁ ଖବର ସଂଗ୍ରହ ସମୟରେ ଆକ୍ରମଣ କରିବା ପ୍ରତିବାଦରେ କୋଦଳା ଅଞ୍ଚଳର ସାମ୍ବାଦିକ ମାନେ ଏକତ୍ରିତ ହୋଇ ମୁୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ ତହସିଲଦାର ପ୍ରଭାତ କୁମାର ପରିଡ଼ା ଙ୍କୁ ମୁୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ ସହିତ ସାମ୍ବାଦିକ ମାନଙ୍କୁ ସୁରକ୍ ପ୍ରଦାନ କରିବା ସମ୍ବନ୍ଧୀୟ ସ୍ମାରକପତ୍ର ପ୍ରଦାନ କରିଥିଲୁ। ସାମ୍ବାଦିକ ମାନେ ଚିରକାଳ ଶାସନତନ୍ତ୍ର ଏବଂ ଜନସାଧାରଣଙ୍କ ଭିତରେ ସମ୍ପର୍କର ସେତୁଟିଏ ବାନ୍ଧିଥାନ୍ତି। ଗତ କିଛି ଦିନ ହେଲା ଓଡ଼ିଶାରେ ସାମ୍ବାଦିକ ମାନଙ୍କ ଉପରେ ଯେଉଁ ଭଳି ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି, ଯାହାକି ଏକ ସୁସ୍ଥ ସମାଜ ଏବଂ ଲୋକତନ୍ତ୍ର ଉଭୟ ପାଇଁ ଆଦୌ ଶୁଭଙ୍କର ନୁହେଁବୋଲି ମତ ପ୍ରକାଶ ପାଇଥିଲା ୲ ତେଣୁ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିଧି ପ୍ରକାରେ ଆଇନ ପ୍ରଣୟନ କରାଯିବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଆମେ ହ୍ରୁଦବୋଧ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଲୁ।ଏହାକୁ ନେଇ ତହସିଲଦାର କହିଥିଲେ ଯେ କାର୍ଯରତ ସାମ୍ବାଦିକ ଉପରେ ଆକ୍ରମଣ କୁ ସବୁ ସ୍ଥର ରେ ନିନ୍ଦା କରାଯାଉଛି ୲ଚତୁର୍ଥ ସ୍ଥମ୍ କୁ ଏପରି ଆକ୍ରମଣ ନିନ୍ଦନୀୟ ୲ ବର୍ତ୍ତମାନ ହିଁ ମୁଁ ସ୍ମାରକ ପତ୍ରକୁ ଜିଲ୍ଲାପାଳଙ୍କ ମାଧ୍ୟମ ରେ ମୁକ୍ଷ୍ଯମନ୍ତ୍ରୀଙ୍କ ନିକଟ କୁ ପ୍ରେରଣ କରଯିବ ବୋଲି ସେ କହିଥିଲେ ୲ଏହି କାର୍ଯକ୍ରମ ରେ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବଡୁ , ଗଣେଶ ଡାକୁଆ ,ଉମା ଚରଣ ମହାରଣା , ଭଗବାନ ପାଢୀ , ସୁଶାନ୍ତ କୁମାର ପଟନାୟକ , କ୍ରୁଷ୍ଣ ଚନ୍ଦ୍ର ପୋଲେଈ ,ରାଜ କିଶୋର ଷଢଙ୍ଗୀ , ରଣଜୀତ କୁମାର ମହାରଣା ,ଚନ୍ଦ୍ର ଶେଖର ବଡୁ , ଦୀପକ କୁମାର ସେଠୀ ,ଜଗନ କୁମାର ସେଠୀ , ସନ୍ତୋଷ କୁମାର ସେଠୀ , ଗୁଲ୍ସନ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ ୲



