
ବେଲଗୁଣ୍ଠା, ୧୭/୦୬/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ଵର୍ଗତ ଗୋଦାବରୀ ବିଷୋୟୀଙ୍କ ଧର୍ମପତ୍ନୀ ଅହଲ୍ୟା ବିଷୋୟୀଙ୍କର ଆଜି ୯୫ ବର୍ଷ ବୟସରେ ନିଜ ବାସ ଭବନରେ ସକାଳ ଆଠ ଘଣ୍ଟା ଚବିଶି ମିନିଟ୍ ସମୟରେ ପରଲୋକ ଘଟିଛି I ସ୍ଵର୍ଗତା ବିଷୋୟୀ ଗ୍ରାମର ବୟୋଜ୍ୟେଷ୍ଠା ମହିଳା ଥିଲେ I ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ସହିତ କଠୋର ପରିଶ୍ରମୀ ମଧ୍ୟ ଥିଲେ I ସେ ଗ୍ରାମର ସମସ୍ତଙ୍କର ପ୍ରିୟ ସୁନ୍ଦରୀ ମାଆ ଭାବରେ ଭାବରେ ପରିଚିତା ଥିଲେ I ଜଣେ ମେଳାପୀ, ପରୋପକାରୀ,ଧର୍ମପରାୟଣା ମହିଳା ଭାବରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ I

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଚାରି ପୁଅ ଶରତ,ସୁଦର୍ଶନ,ମନୋଜ,ପ୍ରଦୀପ, ଚାରି ବୋହୂ, ନାତି ସୁବ୍ରତ, ସୁଧାଂଶୁ, ବିଶ୍ୱରଞ୍ଜନ,ଚିତ୍ତରଞ୍ଜନ,ସୂର୍ଯ୍ୟ, ଚନ୍ଦ୍ରଙ୍କ ସମେତ ଝିଅ, ଜ୍ୱାଇଁ, ନାତୁଣି ଏବଂ ଅନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ I ଅହଲ୍ୟାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା I ତାଙ୍କ ଶବାଧାରକୁ ଗ୍ରାମ ପରିକ୍ରମା କରାଯାଇ ବିଷୋୟୀ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କର ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ ବିଷୋୟୀ, ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ସମସ୍ତ ସମବାୟ ସମିତି ସମ୍ପାଦକ,ଭଞ୍ଜନଗର ଆର୍.ଏମ୍.ସି ସମ୍ପାଦକଙ୍କ ସମେତ ସମସ୍ତ କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତା ବିଷୋୟୀଙ୍କୁ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତା ବିଷୋୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ପ୍ରକାଶ ଥାଉ କି ସ୍ଵର୍ଗତା ଅହଲ୍ୟାଙ୍କ ସ୍ୱାମୀ ଗୋଦାବରୀ ବିଷୋୟୀଙ୍କର ମଧ୍ୟ ଗତ ଡିସେମ୍ବର ମାସରେ ପରଲୋକ ଘଟିଥିଲା I



