
ବ୍ରହ୍ମପୁର , ୧୭/୦୭/୨୨ ( ଜିଲ୍ଲା ଖବର ) : ଧାରା ଶ୍ରାବଣରେ ରକ୍ତରେ ଭିଜୁଛି ଗଞ୍ଜାମ ମାଟି।ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା ହତ୍ୟାକାଣ୍ଡର ମାତ୍ର ଆଠ ଦିନ ପରେ ପୁଣି ଆଉ ଗୋଟିଏ ନୃଶଂସ ହତ୍ୟା କାଣ୍ଡ।ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା, ପାଟପୁର ଥାନା ଅଧୀନସ୍ଥ ଝରଣା ଗାଁ ରେ।ଉକ୍ତ ଗାଁ ନିକଟ ଥିବା ପାହାଡ଼ ଉପରେ ରକ୍ତ ଜୁଡୁବୁଡୁ ପରିତ୍ୟକ୍ତ ଏବଂ କିଛି ଅଂଶ ପୋଡ଼ା ହୋଇଥିବା ମୃତ ଶରୀର ପଡ଼ିରହିଥିଲା।ସ୍ଥାନୀୟ ଲୋକଙ୍କ ଖବର ପାଇ ପାଟପୁର ଥାନା ପୋଲିସ ଅଧିକାରୀ ସବ୍ୟସାଚୀ ମଲ୍ଲ , ଏବଂ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତରୁ ଜଣାପଡ଼ିଛି ଉକ୍ତ ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ A ଗୋବିନ୍ଦ ପୁର ଗ୍ରାମର ଟୁଟୁ ନାହାକ ପିତା ନିର ନାହାକ ବୋଲି ସୂଚନା ମିଳିଛି।ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ କାରଣ ପାଇଁ ଏଭଳି ହତ୍ୟା କାଣ୍ଡ ଘଟିଛି?କିଏ ଏହି ଘଟଣାର ମାଷ୍ଟର ମାଇଣ୍ଡ?ଆଉ ପୋଲିସ କେବେ ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହେଉଛି?
ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀ ଜିଲ୍ଲା ଖବର ।



