
ରାୟଗଡ଼ା , ୧୬/୦୭/୨୨ (ଜିଲ୍ଲା ଖବର) : ନାଗlବଳୀ ନଦୀର ବାଲି ଜଗନ୍ନାଥପୂର୍ ଗ୍ରାମରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବାର ଦୃଷ୍ଟିକୁ ଆସିବାରୁ ରାୟଗଡ ତହସିଲଦାର ତାପସ କୁମାର ରାଉତଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର, ଶେଷଖାଲ ଥାନା ଅଧିକାରୀ, ରାଜସ୍ବ ନିରୀକ୍ଷକ କେଶବ ସାହୁ ମିଳିତ ଚଢାଉ କରି ତିନୋଟି ବାଲି ଟ୍ରାକ୍ଟର ଜବତ କରିଥିଲେ l


ଏହି ସମ୍ପର୍କରେ ଆମେ ଖବର ପାଇବା ପରେ ରାୟଗଡ଼ା ଜିଲ୍ଲା ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଗାଡ଼ି ରୁ୨୦୦୦୦/- ଲେଖାଏଁ ମୋଟ ୬୦୦୦୦ ଟଙ୍କା ର ଜୋରିମାନା ଆଦାୟ କରାଯାଇଥିବା ତହସିଲଦାର ଆମକୁ ସୂଚନା ଦେଇଛନ୍ତି।

ଏହି ସ୍ଥାନରୁ ବାଲି ଚୋରା ଚାଲାଣକୁ ରୋକିବା ନିମନ୍ତେ ଉକ୍ତ ରାସ୍ତାକୁ ତିନୋଟି ଲୁହା ଖୁଣ୍ଟ ପୋତି ଅବରୋଧ କରାଯାଇଛି l
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



