
ଆସିକା , ୧୬/୦୭/୨୨ ( ଜିଲ୍ଲା ଖବର ) : ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ହାଣ୍ଡିରେ ନିଆଁ ଲାଗି ବିସ୍ଫୋରଣ ଘଟିଛି।ଏଥିରେ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।ଘରର ଛାତ ଓ କାନ୍ଥ ଭାଙ୍ଗି ଯାଇଛି।



ଆସବାବପତ୍ର, ଚାଉଳ ଓ ନଗଦ ୩୫ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି।ଆସିକା ବ୍ଲକ ଅନ୍ତର୍ଗତ ଭେଟନଇ ବଡ ତୋଟା ସାହିର କାଶୀନାଥ ଗୌଡ଼ଙ୍କ ଘରେ ରୋଷେଇ ଚାଲିଥିବା ସମୟରେ ବର୍ଷା ପବନ ଆସିବାରୁ ଗ୍ୟାସ ସିଲିଣ୍ଡରରେ ନିଆଁ ବ୍ୟାପି ଯାଇଥିଲା।

ଆହାତଙ୍କୁ ଗ୍ରାମ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ।ସୂଚନା ମୁତାବକ ହେଚ ପି କମ୍ପାନୀ ଗ୍ୟାସ ସିଲିଣ୍ଡରଟି ବିସ୍ପୋରିତ ହୋଇଥିଲା।

ଘରର କାଶୀନାଥ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିଲେ।ଆହତ ପାରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।



