
ବୁଗୁଡା , ୧୬/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବୁଗୁଡ଼ା ଶାଖାର ଅଧିନରେ ଥିବା ବିରଞ୍ଚିପୁର ସମବାୟ ସମିତିର ଅପ୍ରତିଦ୍ୱନ୍ଦୀ ଭାବେ ମଧୁସୂଦନ ସାହୁ ସଭାପତି ରୂପେ ଘୋଷିତ ହୋଇଥିଲେ ।


ସେହି ଅଞ୍ଚଳର ଚାଷୀମାନେ ଉତ୍ସାହିତ ହୋଇଥିବା ବେଳେ ବି.ବ୍ରହ୍ମପୁର ଗ୍ରାମରେ ଜନ୍ମିତ ତଥା ବୁଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଗନ୍ଧମାର୍ଦନ ସେଠୀ ସଭାପତି ଶ୍ରୀଯୁକ୍ତ ସାହୁଙ୍କ ବାସଭବନକୁ ଯାଇ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅଞ୍ଚଳର ଚାଷୀମାନଙ୍କ ଉନ୍ନତିକରଣ ପାଇଁ କିଛି ସମୟ ଆଲୋଚନା ରତ ହୋଇଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।


