
ସୋରଡା , ୧୬/୦୭/୨୨ ( ଜିଲ୍ଲା ଖବର ) : ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ ଥାନା ଇଲାକାର ଲୋକାମାରି ଗ୍ରାମରେ ପାରିବାରିକ ବାସନ୍ଦ ସହ ଗ୍ରାମ୍ୟ ପରିତ୍ୟକ୍ତା ପରିବାରଙ୍କୁ ବଡ଼ଗଡ ପୋଲିସ ସହାୟତାରେ ବାସନ୍ଦତା ଉଛେଦ । ବହୁ ଦିନହେବ ଲାଗି ରହିଥିବା ଏକ ମାମଲାର ଉଭୟ ପରିବାର ଓ ଗ୍ରାମବାସୀଙ୍କୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷ୍ୟକ ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ଆପୋଷ ବୁଝାମଣା ଓ ସମାଧାନ ପାଇଁ ପଦକ୍ଷେପ ନେଇ ବଡ଼ଗଡ ଥାନାଧିକାରୀ ସୁରଜ କୁମାର ଝଙ୍କାରଙ୍କ ଉଦ୍ୟମରେ ଆଜି ସଫଳତାର ସହିତ ସମାଜରେ ମିଳିମିଶି ଚଳିବାର ଆସୁ ସମାଧାନ ହୋଇଛି।


ଉଭୟ ପରିବାର ଓ ଗ୍ରାମ ସଭାପତି ତଥା ଷୋହଳ ଖଣ୍ଡ ଗୋପାଳ ସମାଜର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ଗ୍ରାମବାସୀଙ୍କୁ ନେଇ ଗତ ୧୧ ତାରିଖରେ ବିଭିନ୍ନ ଦିଗକୁ ଆଲୋଚନା କରି ଗୋପାଳ ସମାଜର ଆରାଧ୍ୟ ଦେବ ରାଧାକୃଷ୍ଣଙ୍କ ସମର୍ମିତ ମନୋଭାବ ନେଇ ମିଳିମିଶି ଚାଳିବାର ଶପଥ ନେଇଥିଲେ। ସୂଚନା କ୍ରମେ ୨୦୧୩ରୁ ଲାଗିରହିଥିବା ଘଟଣା କ୍ରମ ଅନୁସାରେ ଏହି ଗ୍ରାମର ଦୟାନିଧି ଗୌଡ଼ ବାରମ୍ବାର ସମାଧାନ ପାଇଁ ଦୌଡ଼ି ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ଏପରି କି ଦୟାନିଧି ଗୌଡ଼ ଗଞ୍ଜାମ ଏସପିଙ୍କ ନିକଟରେ ଗତ ତା ୧ ଜୁନ ୨୦୨୦ରେ ଦ୍ୱାରସ୍ଥ ହୋଇ ଥିଲେ ।


ଗଞ୍ଜାମ ଏସ ପିଙ୍କ ନିର୍ଦ୍ଦେଶ ପ୍ରକାରେ ବଡ଼ଗଡ ଥାନାର ମାମଲା ନଂ ୧୩/୨୦ର ଆସୁ ସମାଧାନ ପାଇଁ ହସ୍ତକ୍ଷେପ କରିଥିଲେ।ଯାହାକି ଏହି ଗ୍ରାମର ଦୟାନିଧି ଗୌଡ଼ଙ୍କ ସହ ଗୋପାଳ ସମାଜ ସଭାପତି ରଜନୀ ଗୌଡ଼ ଗାଁ ସଭାପତି ଭଗବାନ ପ୍ରଧାନ,ରଙ୍କନିଧି ଗୌଡ଼, ବିଧାନ ଚନ୍ଦ୍ର ଗୌଡ଼,ସନ୍ତୋଷ ଗୌଡ଼, ପୀତବାସ ଗୌଡ଼, ନୀଳକଣ୍ଠ ଗୌଡ଼,ଦିଲ୍ଲୀପ ମହାରଣା,କାଳିଆ ଡାକୁଆ,ମୁନା ମହାରଣା,ଜୁରିଆ ଗୌଡ଼, ଅଭିରାମ ଗୌଡ଼ ଆଦିଙ୍କ ସହଯୋଗ ଆଲୋଚନାର ଫଳ ସ୍ୱରୂପ ଉଭୟ ପରିବାରରେ ଥିବା ମତାନ୍ତର ଦୂର ହେବା ସହ ସମସ୍ତ ବିବାଦର ସମାଧାନ ହୋଇଅଛି।


ଏବଂ ନିଜ ନିଜ ଭିତରେ ରହିଥିବା ମନୋମାଳିନ୍ୟ ଓ ଆକ୍ରୋଶକୁ ଭୁଲି ସମାଜରେ ସୁଖ ଓ ଶାନ୍ତିରେ ବସବାସ କରି ଜୀବିକା ନିର୍ବାହ ପାଇଁ ଉପଦେଶ ଦେଇଥିଲେ।ଯାହାକି ଆଜି ଏହି ପରିବାରର ସମସ୍ତ ସଭ୍ୟ ତଥା ଗ୍ରାମବାସି ମିଳିମିଶି ଚଳିବା ଦେଖିବାକୁ ମିଳିଛି।


