
ସାନଖେମୁଣ୍ଡି , ୧୬/୦୭/୨୨ ( ଜିଲ୍ଲା ଖବର ) : ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆଖିରୁ ଲୁହ ଗଡାଉଛି ସ୍ତ୍ରୀ I ଆଉ ସରକାରଙ୍କ ପାଖରେ ଆକୁଳ ନିବେଦନ କରୁଛି ମୋ ସ୍ୱାମୀଙ୍କୁ ଭଲ କରିଦିଅ I ପରିବାରର ଏକମାତ୍ର ରୋଜଗାରିଆ ଯଦି ରୋଗର ଶଯ୍ୟାରେ ପଡ଼ିରହିଛି ସେତେବେଳେ ପୁରା ପରିବାର ଭାଙ୍ଗିପଡ଼ିଚି I ପିଲାମାନେ ଦି ମୁଠା ଭଲରେ ଖାଇପାରୁଛନ୍ତି ନା ପାଠପଢିପାରୁଛନ୍ତି ନା ସ୍ତ୍ରୀ ଆଖିକୁ ନିଦ ଆସୁଛି I


ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ.ରଘୁନାଥପୁର ଗ୍ରାମର ମନୋଜ ରଣା I ପରିବାର କହିଲେ ସ୍ତ୍ରୀ ଅଞ୍ଜଳି ଆଉ ଦୁଇ ପିଲା I ଅଟୋ ଚଳାଇବା ସହିତ ମନ୍ଦିର ପୂଜକ କାର୍ଯ୍ୟକରୀ ନିଜ ପରିବାର ଚଳାନ୍ତି ମନୋଜ I ଖୁବ ହସଖୁସିରେ ଚାଲିଥିଲା ପରିବାର ହେଲେ ଏହି ପରିବାରକୁ ଏବେ କାହାର ନଜର ଲାଗିଯାଇଛି I ଦୁଃଖର କଳା ବାଦଲ ଏବେ ପରିବାର ଉପରକୁ ମାଡିଆସିଚି I



୨୦୨୧ ମସିହାରେ ମଧୁମେହ ରୋଗ ପାଇଁ ସମ୍ପୂର୍ଣ ଶରୀରକୁ ପରୀକ୍ଷା କରାଇଥିଲେ ଯେଉଁଠି ଡାକ୍ତରୀ ରିପୋର୍ଟ ଜଣାପଡିଥିଲା ସେ କିଡ୍ନୀ ରୋଗରେ ଆକ୍ରାନ୍ତ ଅଛନ୍ତି I ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇ ଆସୁଥିଲେ କିନ୍ତୁ ଗତ କିଛି ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ପୁଣି ଡାକ୍ତରୀ ପରୀକ୍ଷା ପରେ ଜଣାପଡିଥିଲା ଯେ ଶରୀରରେ ଥିବା କିଡ୍ନୀ ୯୫ ପ୍ରତିଶତ ନଷ୍ଟ ହୋଇସାରିଛି I ଏହି ଖବର ଶୁଣିବା ପରେ ଅଞ୍ଜଳିଙ୍କ ପାଦ ତଳୁ ମାଟିଖସିଯାଇଥିଲା I ସେ ଚିନ୍ତାରେ ପଡ଼ିଥିଲେ ଯେ ସେ ସ୍ୱାମୀଙ୍କୁ କେମିତି ବଂଚାଇବେ ଆଉ ପିଲାଙ୍କ ଭବିଷ୍ୟତ କେମିତି ଗଢିବେ ।



ଘରର ଏକ ମାତ୍ର ରୋଜଗାରିଆ ଏବେ କିଡ୍ନୀ ରୋଗରେ ପୀଡିତ ହୋଇ ଏବେ ବିଛଣାରେ I ପ୍ରତି ମାସରେ ଔଷଧ ଏବ ଚିକିତ୍ସା ପାଇଁ ୫ ହଜାର ଟଙ୍କା ଖର୍ଚ ହେଉଛି I ଅର୍ଥ ଅଭାବରୁ ମନୋଜଙ୍କ ଉତ୍ତମ ଚିକିତ୍ସା ହୋଇପାରୁନଥିବା ବେଳେ ପିଲା ମାନଙ୍କ ପାଠ ପଢ଼ାରେ ଏବେ ଡୋରି ବନ୍ଧା ହୋଇଛି I ମନୋଜଙ୍କ ଦୁଇଟି ଯାକ କିଡ୍ନୀ ନଷ୍ଟ ହୋଇଯାଇଛି ଡାକ୍ତର ତାଙ୍କୁ କିଡ୍ନୀ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଛନ୍ତି I ହେଲେ ତାଙ୍କର ଏହି ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ମନୋଜଙ୍କୁ ଭଲ କରିବାକୁ ତାଙ୍କ ଅସହାୟ ସ୍ତ୍ରୀ ଏବେ ଆକୁଳ ନିବେଦନ କରୁଛନ୍ତି I କାନ୍ଦି କାନ୍ଦି ନିଜ ସ୍ୱାମୀର ଜୀବନ ଭିକ ମାଗୁଛନ୍ତି I କାନି ପକେଇ ନିଜ ସ୍ୱାମୀଙ୍କ ଜୀବନ ବଂଚେଇବା ପାଇଁ ଅନୁରୋଧ କରୁଛନ୍ତି I ଯଦି ଆପଣ ଅଞ୍ଜଳିଙ୍କ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବରରେ ସକ୍ଷମ ଅନୁସାରେ ସାହାର୍ଯ୍ୟ କରନ୍ତୁ


ଅଞ୍ଜଳି ରଣା
କାନାରା ବ୍ୟାଙ୍କ ଆକାଉଣ୍ଟ ନମ୍ବର 80852200001919(odia)
ଆଇଏଫସି କୋଡ଼ – CNRB0018085
ଫୋନ ପେ/ଗୁଗଲେ ପେ/ମୋବାଇଲ ନମ୍ବର – 7853093349
ଆସନ୍ତୁ ଏକାଠି ହେବା ଅଞ୍ଜଳିଙ୍କ ସଂଖା ସିନ୍ଦୁର ବଂଚେଇବା I


