Home ଆଞ୍ଚଳିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଙ୍କଡ ଗୁରୁତର ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଙ୍କଡ ଗୁରୁତର ।

159

ଧରାକୋଟ , ୧୬/୦୭/୨୨ ( ଜିଲ୍ଲା ଖବର ) : ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସାମନାରେ ଥିବା ବିଦ୍ୟୁତ ଖୁଣ୍ଟରେ ବସିଥିବା ବେଳେ ଏକ ମାଙ୍କଡ ଏଗାର କେ ଭି କରେଣ୍ଟ ଲାଇନ ସଂସ୍ପର୍ଶରେ ଆସି ଏଥିରେ ଲାଗି ଯାଇଥିଲା। ଯାହା ଫଳରେ ସ୍ପାର୍କିଂ ହେବାରୁ ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ବିଦ୍ୟୁତ୍ ଓ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବା ପରେ ଏକ ଲମ୍ବା ସିଡି ପକାଇ ମାଙ୍କଡକୁ ଉଦ୍ଧାର କରାଯାଇଥିଲା। ଏହାପରେ ତାକୁ ଚିକିତ୍ସା କରି ଫଳ,ବିସ୍କୁଟ ଖାଇବାକୁ ଦିଆଯାଇ ପାଣି ପିଆଇବା ପରେ ଛାଡ଼ି ଦିଆଯାଇଥିଲା।