
ବ୍ରହ୍ମପୁର,୨୯ା୧୨ (ରଞ୍ଜନ ) ; ଗୋପାଳପୁର ଠାରେ “କୁଇନ ଅଫ ଦି ମିଶନ” ହାଇ ସ୍କୂଲର ୧୯୮୨ ମସିହାର ପୂର୍ବତ୍ତନ ଛାତ୍ର ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୭ବର୍ଷ ପରେ ଅନୁଷ୍ଠିତ ଏହି ପୂର୍ବତ୍ତନ ଛାତ୍ର ବନ୍ଧୁ ମିଳନରେ ଓଡିଶା ଏବଂ ଓଡିଶାବାହାରେ ରହୁଥିବା ଛାତ୍ର ଗଣ ଉପସ୍ଥିତ ଥିଲେ । ଦୀର୍ଘ ୩୭ ବର୍ଷ ପରେ ମିଶିଥିବା ହେତୁ ଖୁସି ପ୍ରକଟ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୂର୍ବତ୍ତନ ଶିକ୍ଷକ ମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ସଂମ୍ମାନିତ କରିଥିଲେ । ରଘୁନାଥ ଶୁଳ୍କ, ବିରୁପାକ୍ଷ ଦାସ, କାଁହୁ ଚରଣ ରଥ ,ଶିବ ପ୍ରସାଦ ପାଣିଗ୍ରାହୀ , ନିତ୍ୟାନନ୍ଦ ତ୍ରିପାଠୀ ,ଗଣେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଶିକ୍ଷକ ଉପସ୍ଥିତ ରହି ଛାତ୍ର ମାନଙ୍କର ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଦେହାନ୍ତ ହୋଇଥିବା ଛାତ୍ର ଏବଂ ଶିକ୍ଷକ ମାନକ ପ୍ରତି ନିରବ ପାର୍ଥନା କରିଥିଲେ । ବନ୍ଧୁ ମିଳନ ଟିକୁ ରୁଦ୍ର ନାରାୟଣ ଦାସ ,ରବୀନ୍ଦ୍ର କୁମାର ସାହୁ , ଲଖ୍ମ୍ନଣ ସାମନ୍ତରାୟ , ଗୌରୀ ଶଙ୍କର ମିଶ୍ର , ଦେବବ୍ରତ ପଣ୍ଡା , ଜିତେନ୍ଦ୍ର ପଟନାୟକ , ଅନନ୍ତ ରାମ ମହାପାତ୍ର ,କ୍ଷେତ୍ରବାସୀ ପଣ୍ଡା ,ନରସିଂହ ପାତ୍ର ପ୍ରମୁଖ ପରିଚାଳନ କରିଥିବା ବେଳେ ରବି ନାରାୟଣ ବେହେରା ମଞ୍ଚ ପରିଚାଳନା କରିଥିଲେ । ସୀତାଂଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।




