Thursday, November 12, 2026
Home ଆଞ୍ଚଳିକ ସାମାନ୍ୟ ବର୍ଷା ଧୋଇନେଲା ବାଉଣ୍ଡ୍ରି ୱାଲ ।

ସାମାନ୍ୟ ବର୍ଷା ଧୋଇନେଲା ବାଉଣ୍ଡ୍ରି ୱାଲ ।

56

କବିସୂର୍ଯ୍ୟନଗର , ୧୫/୦୭/୨୨ ( ଜିଲ୍ଲା ଖବର ) : ବର୍ଷା ଧୋଇନେଲା ବାଉଣ୍ଡ୍ରି ୱାଲ l

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ ପାଟଣା ପଞ୍ଚାୟତ ଗ୍ରାମୀଣ ଉଦ୍ୟାନ ପାର୍କ ର ବାଉଣ୍ଡ୍ରି ୱାଲ ଅସରାଏ ବର୍ଷାରେ ଭୁଶୁଡି ପଡିଛି l ପାଣିରେ ପଡିଲା ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା l

ଗୋଟିଏ ବର୍ଷ ବି ଛିଡ଼ାହୋଇ ରହିପାରିଲାନି ବାଉଣ୍ଡ୍ରି ୱାଲ l ନିନ୍ମମାନର କାର୍ଯ୍ୟ ଯୋଗୁଁ ଅଳ୍ପ ବର୍ଷରେ ବାଉଣ୍ଡ୍ରି ୱାଲ ଭୁଶୁଡି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଏହାର ଉଚ୍ଚସ୍ତରୀ ତଦନ୍ତ କରାଯାଇ ଠିକାଦାର ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

ଦୁର୍ନୀତିଖୋର ଠିକାଦାର ଙ୍କ ଚରାଭୂମି ପାଲଟିଛି ଗଞ୍ଜାମ ଜିଲ୍ଲା l ଉପର ଚକାଚକ ଭିତର ପୋଲା l ଏହେଉଛି ଗଞ୍ଜାମ ଜିଲ୍ଲା ରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବାସ୍ତବ ଚିତ୍ର l ଆଉ ଏହି କାର୍ଯ୍ୟରେ ସରକାରୀ ବାବୁଙ୍କ ରହିଛି ସମାନ ପରିମାଣର ହାତ l

କାରଣ ନିନ୍ମମାନର କାମ ସତ୍ୱେ ଠିକାଦାର ପାଉଛନ୍ତି ପୁରା ପାଉଣା l ତେବେ ଏମାନଙ୍କ ଲାଗି ବର୍ତ୍ତମାନ ଶତ୍ରୁ ସାଜିଛିନ୍ତି ସ୍ୱୟଂ ଇନ୍ଦ୍ରଦେବତା l ଗତ କିଛି ମାସ ଭିତରେ ରାଜ୍ୟର ରୋଲମଡେଲ ସାଜିଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ସାମାନ୍ୟ ବର୍ଷରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଧୋଇଯାଇଥିବା ନଜିର ରହିଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡ଼ପାଟଣା ପଞ୍ଚାୟତ ରୁ ଆସିଛି ସମାନ ଦୃଶ୍ୟ l

ଗତ ବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପଞ୍ଚାୟତ ଗ୍ରାମୀଣ ଉଦ୍ୟାନ ପାର୍କ ର ବାଉଣ୍ଡ୍ରି ୱାଲ ଗତ ସାଧାରଣ ବର୍ଷାରେ ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ l


ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଏହି ପାର୍କ ଅଧପାନ୍ତରିଆ ଭାବେ ନିର୍ମାଣ କରିଥିବା ବେଳେ ପାର୍କର ବାଉଣ୍ଡ୍ରି ୱାଲ ଓ ଅନ୍ୟାନ୍ୟ କାର୍ଯ୍ୟ ସିମେଣ୍ଟ କମ ପରିମାଣ ର ମିଶାଇ ଅଧିକ ବାଲି ରେ ଲୁହା ଛଡ଼ ନଦେଇ ନିନ୍ମମାନର କାର୍ଯ୍ୟ କରି ସରକାର ଙ୍କ ଟଙ୍କା ହରିଲୁଟ କରି ଥିବା କାରଣ ରୁ ସାମାନ୍ୟ ବର୍ଷା ରେ ୱାଲ ଟି ଭୁଶୁଡି ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ସେପଟେ ବିଡ଼ିଓ ଙ୍କ ପାଖରେ ବିଷୟରେ କୌଣସି ଅଭିଯୋଗ ହୋଇନଥିବା କହୁଥିବା ବେଳେ ପିଇଓ କଣ କହୁଛନ୍ତି ଶୁଣନ୍ତୁ l

ପିଇଓ, ଆଠଗଡ଼ ପାଟଣା ପଞ୍ଚାୟତ
ନିନ୍ମମାନର କାର୍ଯ୍ୟ ଯୋଗୁଁ ସରକାରୀ ଟଙ୍କା ରେ ନିର୍ମାଣ ହୋଇଥିବା ୱାଲ ଭୁଶୁଡି ପଡ଼ିଥିବା ବେଳେ ପଞ୍ଚାୟତ ଅଧିକାରୀ ଠିକାଦାର କୁ ଘଣ୍ଟ ଘୋଡାଇବାକୁ ଯାଇ କାମ ଭଲ ହୋଇଛି ବଜ୍ରାଘାତ ଯୋଗୁଁ ଭୁଶୁଡି ପଡ଼ିଥିବା

ବିବୃତି ରଖିଥିବା ବେଳେ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟ ଉପରେ ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ସେପଟେ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଠିକାଦାର ଙ୍କ ଉପରେ ପ୍ରଶାସନ କେବେ ଓ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକିରହିଲା l