Home ଅପରାଧ ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ୍ୟୁ ।

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ୍ୟୁ ।

75

ବେଲଗୁଣ୍ଠା , ୧୫/୦୭/୨୨ ( ଜିଲ୍ଲା ଖବର ) : ଆଜି ଗାଙ୍ଗପୁର ଥାନା ନିକଟସ୍ଥ ପାଲକଷଣ୍ଡା ଗ୍ରାମର ନାରାୟଣ ଜେନାଙ୍କର ପୁଅ ବଳରାମ ଜେନା ୩୦ ବର୍ଷ । ସେ ଆଜି ସକାଳ ୧୧.୩୦ ସମୟରେ ତାଙ୍କର ଘର ବାରିପଟ ବାରଣ୍ଡାରେ ସଫା ସୁତୁରା କରୁଥିବା ସମୟରେ ଏକ ବିଷାକ୍ତ ନାଗ ସାପ ତାଙ୍କୁ କାମୁଡି ଦେଲା ।

ଯାହା ଫଳରେ ସେ ଘଟଣା ସ୍ଥଳରେ ପାଟିକରି ଅଚେତ ହୋଇ ପଡିଯିବା ସମୟରେ ତାଙ୍କର ଭାଇ କାହ୍ନୁ ଜେନା ଓ କିଛି ଗ୍ରାମଲୋକଙ୍କ ସହାୟତାରେ ଗୋବରା ସରକାରୀ ମେଡିକାଲ କୁ ନେଇ ଚିକିତ୍ସା କରିବା ସମୟରେ ଡ଼କ୍ଟର ୧.୪୨ ମିନଟ ସମୟରେ ବଳରାମଙ୍କୁ ମୃତ୍ୟୁ ଘୋଷଣା କରିଲେ ।

ତାଙ୍କର ବାପା ନାରାୟଣ ଜେନା ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀମାନେ ତାଙ୍କର ପରିବାରଙ୍କୁ କିଛି ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
ବେଲଗୁଣ୍ଠାରୁ ଶିବରାମ ଚୌଧୁରୀଙ୍କ ରିପୋର୍ଟ ଜିଲ୍ଲା ଖବର ।