Home ଆଞ୍ଚଳିକ ପରିବେଶ ସୁରକ୍ଷା ବାର୍ତ୍ତା

ପରିବେଶ ସୁରକ୍ଷା ବାର୍ତ୍ତା

42
ପରିବେଶ ସୁରକ୍ଷା ବାର୍ତ୍ତା ନେଇ ପାରାଦୀପ ଠାରୁ ବ୍ରହ୍ମପୁର ସାଇକେଲ ଯାତ୍ରା

ବ୍ରହ୍ମପୁର,୨୯ା୧୨(ରଞ୍ଜନ ) ; ବିପର୍ଯ୍ୟସ୍ତ ଧ୍ବଂସ ମୂଖୀ ପୃଥିବୀକୁ କିପରି ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କରି ସଚେତନତା ମାଧ୍ୟମରେ ରକ୍ଷା କରାଯାଇପାରିବ ତାର ବାର୍ତ୍ତା ନେଇ ପାରାଦୀପ ଠାରୁ ବ୍ରହ୍ମପୁର ଦିର୍ଘ ୭୦୦ କିମି ଅତିକ୍ରମ କରି ଯୁବ ସ୍ବେଚ୍ଛାସେବୀ ଓ ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ ଆଜି ବ୍ରହ୍ମପୁର ପହଞ୍ଚି ଥିଲେ । ସମ୍ପୂର୍ଣ୍ଣ ନଅ ଦିନ ଯାତ୍ରା ପାରାଦୀପରୁ ବାହାରି କୁଜଙ୍ଗ, କେନ୍ଦ୍ରାପଡା, ରାଜ ନଗର,ମୁଣ୍ଡଳି,ଢେ଼ଙ୍କାନାଳ, କଟକ, ଭୂବନେଶ୍ୱର, ଖୋର୍ଦ୍ଧା, ରଣପୁର, ନୟାଗଡ଼, ବୁଗୁଡା ଦେଇ ଆଜି ବ୍ରହ୍ମପୁର ଠାରେ ସମାପ୍ତ ହୋଇଥିଲା । ଆଜି ଇଂଜିନିୟରିଂ ସ୍କୁଲ ଠାରୁ ଯାତ୍ରା ବାହାରି ବିଭିନ୍ନ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ମାନଙ୍କ ସହ ସଚେତନତା କରି ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚି ଥିଲେ ।

ସେଠାରେ ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ଇକୋ କ୍ଲବର ଜିଲ୍ଲା ସଂଯୋଜକ ଡା. ଶଙ୍କର ନାରାୟଣ ବେଜ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଯୋଗ ଦେଇ ଶ୍ରୀ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଓ ଆଗାମୀ ଯୁବ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି କହିଛନ୍ତି। ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ସଂପାଦକ ଏମ୍ ଦିଲ୍ଲୀପ କୁମାର ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ,ସଂପାଦକ ବିଜେନ୍ଦ୍ର ମାଝୀ, ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ସୁଧିର ରାଉତ, ଟିମ କ୍ଲିନ୍ ସିଟିର ଜଗନ ମୋହନ ମହାପାତ୍ର, ଶକ୍ତିଧର ରାଜଗୁରୁ,ବକ୍ସିଂ ଓଡ଼ିଶାର କବିରାଜ ଗୈ।ଡ ,ମହାତ୍ମା ହ୍ୟାଲ୍ପିଂ ହ୍ୟାଣ୍ଡ ର ଏମ.ଭେଙ୍କଟ ରାମାଣା, ଶ୍ୟାମ ସୁନ୍ଦର ଖାଡଙ୍ଗା,କାଜଲ କୁମାର ସାହୁ,ସିଟି ହାଇସ୍କୁଲର ଏନ୍ ସି ସି ଶିକ୍ଷକ ଗୋପାଳ କୃଷ୍ଣ ମିଶ୍ର ଓ ଛାତ୍ର ଓ ଅନ୍ୟାନ୍ୟ ସମସ୍ତ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।