Home ଅପରାଧ ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନନ୍ତନଗର ଗାଁରେ ଘଟିଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ ।

ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନନ୍ତନଗର ଗାଁରେ ଘଟିଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ ।

156

ଶେରଗଡ଼ , ୧୫/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନନ୍ତନଗର ଗାଁରେ ଘଟିଯାଇଛି ଏକ ଜଘନ୍ଯ ହତ୍ୟାକାଣ୍ଡ । ଆଉ ଜଣେ ବୃଦ୍ଧଙ୍କୁ ସାତରୁ ଅଧିକ ଲୋକ ପିଟିପିଟି ହତ୍ୟା କରି ପୋତି ଦେଇଥିବା ବେଳେ ପୋଲିସ ପହଞ୍ଚି ଶବକୁ କରିଛି ଜବତ ।

ତେବେ ହତ୍ୟାକାଣ୍ଡ ପଛରେ ଗୁଣିଗାରେଡି ସନ୍ଦେହ କରାଯାଉଥିବା ବେଳେ ପ୍ରାଥମିକ ଅନୁସନ୍ଧାନ ରୁ ଜଣେ ନାବାଳିକାଙ୍କୁ ଝିକା ଓଟରା କାରଣ ନେଇ ହତ୍ୟା କାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି ।

ଶେରଗଡ ଥାନା ଅନ୍ତର୍ଗତ ଅନନ୍ତନଗର ଗାଁରେ ଆଜି ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡ ରେ ବନ୍ଧାଗୁଡା ଗାଁ ର ତ୍ରିନାଥ ପାତ୍ର କଂ ମୃତ୍ଯୁ ଘଟିଥିବା ବେଳେ ସେ ଝଡ ଫୁଙ୍କ କରିନ୍ତି ଏବଂ ଭିକ ମାଗି ଚଳୁଥିଲେ । ତେବେ କିଛିଦିନ ତଳେ ଅନନ୍ତନଗର ଗାଁର ଲୋକେ ବୃଦ୍ଧ ତ୍ରିନାଥ କୁଂ ଧରି ମାଡ ମାରିବା ସହ ହତ୍ୟା କରିଥିଲେ ।

ଆଉ ଘଟଣାକୁ ଲୁଚାଇବା ପାଇଁ ଗାଁର ଶେଷ ମୁଣ୍ଡ ରେ ଥିବା କାଜୁ ଜଗଂଲରେ ପୋତି ଦେଇଥିଲେ । ତେବେ ହତ୍ୟାକାଣ୍ଡ ପଛରେ ଗୁଣି ସନ୍ଦେହ ଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି ।


ସେପଟେ ଏହି ହତ୍ୟାକାଣ୍ଡ ପ୍ରଘଟ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଜଣକୁ ଗିରଫ କରିବା ସହ ଘଟଣାସ୍ଥଳ ରେ ପହଁଚି ମାଟି ତଳୁ ପୋତା ଯାଇଥିବା ଶବକୁ ଜବତ କରିଛି ।

ତେବେ ହତ୍ୟାକାଣ୍ଡ ପଛରେ ସାତ ଜଣ ରୁ ଅଧିକ ଲୋକଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଜଣେ ନାବାଳିକାଙ୍କୁ ଝିକା ଓଟରା କରିବା ହେତୁ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିବା ପୋଲିସ କହିଛି । ଆଜିର ଏହି ଜଘନ୍ୟ ହତ୍ୟାକାଣ୍ଡ ସାରା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।