Saturday, October 17, 2026
Home ଅପରାଧ ରାୟଗଡ଼ା ବିଷମକଟକ ରାସ୍ତାରେ ଟ୍ରକ୍ ଦୁର୍ଘଟଣା।

ରାୟଗଡ଼ା ବିଷମକଟକ ରାସ୍ତାରେ ଟ୍ରକ୍ ଦୁର୍ଘଟଣା।

146

ରାୟଗଡ଼ , ୧୪/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲାର ବିଷମ କଟକ ଥାନା ଅନ୍ତର୍ଗତ କୁନ୍ଦ୍ରା ବାଡି ଗ୍ରାମ ନିକଟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣା ପଡ଼ିଛି ।

ଏହି ଦୁର୍ଘଟଣାରେ କେହି ହତାହତ ହୋଇଥିବା ଜଣା ପଡିନଥିବା ବେଳେ ଉକ୍ତ ଟ୍ରକ୍ ର ଡ଼୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।

ଉକ୍ତ ଗାଡିଟି କୁଆଡେ ଯାଉଥିବା ଜଣା ପଡିନଥିବା ବେଳେ । ଉକ୍ତ ଗାଡିଟି ଦୃତ ଗତିରେ ଆସୁଥିବା ଦୁର୍ଘଟଣା ହୋଇଥିବା ଜଣାପଡିଛି ।


ସୂଚନା ମୁତାବକ ଏହି ସମୟରେ କୌଣସି ଯାତ୍ରୀ କିମ୍ବା ଗାଡ଼ି ଯାତାୟାତ କରୁନଥିବା ଯୋଗୁଁ କୌଣସି ବଡ଼ ଅଘଟଣ ଘଟିନଥିବା ଦେଖଣା ହରି କହିଛନ୍ତି ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।