Home ଅପରାଧ ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ୍ୟୁ ।

ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ୍ୟୁ ।

43


ବେଲଗୁଣ୍ଠା, ୧୪/୦୭/୨୨ ( ଜିଲ୍ଲା ଖବର ) : ଗାଙ୍ଗପୁର ଥାନା ବଡବରସିଂ କଣ୍ଟେଇପଲ୍ଲୀ ମଝି ଦୁବଲୁଣ୍ଡା ଘାଇ ନିକଟସ୍ଥ ବୁଲାଣି ରାସ୍ତାରେ ଭଞ୍ଜନଗର ଥାନା ଖମlରେଡି ଗାଁମର ବାବୁନା ଜେନା (ବୁଲୁ ) ଏକ ହେରୋ ମୋଟର ସାଇକେଲରେ ଶଶୁର ଘର ବଡ଼ବୋରସିଂ ଆସୁଥିବା ବେଳେ ଗଛ କୁ ଧକ୍କା ଦେଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଛନ୍ତି l

ଆଜି ମାଧ୍ୟାନ୍ନ ଦୁଇ ଘଣ୍ଟା ସମୟ ରେ ମୃତ ବାବୁନା OD୩୨/୬୭୯୧ ନାମକ ଏକ ହିରୋ ଗାଡି ଧରି ଶ୍ୱଶୁର ଘର ବଡବୋର୍ସିଙ୍ଗ ଆସିବା ସମୟରେ ଦୃଘଟଣା ଘଟିଛି l କିଛି ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ l

ପରେ ଗାଙ୍ଗପୁର
ଥାନା ଏସ ଆଇ ସୁକାନ୍ତ ପ୍ରଧାନ ଘଟଣା ସ୍ଥଳ ରେ ପହଂଚି ଶବକୁ ଜବତ କରି ଭଞ୍ଜନଗର ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ଦୁର୍ଘଟଣା ଘଟିଥିବା ବାଇକ କୁ ଜବତ କରି ୨୭୯/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।