
ବ୍ରହ୍ମପୁର,୨୯ା୧୨(ବିଚିତ୍ର ସାହୁ) ; ଆଜି ପାୟଲ ସିନେମା ହଲ ପାଖ ସାଇଚନ୍ଦନ କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୧୯୯୦ରୁ୧୯୯୨ମସିହା ଭିତରେ ଥିବା କାର୍ଯ୍ୟରତ ପ୍ରଫେସରେ ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା l

ରାଜୀବ ପ୍ରଧାନ, ଅକ୍ଷୟ କୁମାର ପଟ୍ଟନାୟକ, ବିଷ୍ଣୁମନୁ ନାୟକ, ଏବଂ ଏ. ଦୁର୍ଯ୍ୟୋଧନ ଏହାର ଆୟୋଜନ କରିଥିଲେ l ପ୍ରଫେସର ହରିହର ଦାସ ଏବଂ ତାଙ୍କର ଧର୍ମପତ୍ନୀ, ପ୍ରଫେସର ବିଷ୍ଣୁଚନ୍ଦ୍ର ଚୌଧୁରୀ, ପ୍ରଫେସର ଜୟନ୍ତ ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ, ପ୍ରଫେସର ଅମୀୟ ସାର, ଏବଂ ତାଙ୍କ ଧର୍ମ ପତ୍ନୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇ ଥିଲେ l ସମସ୍ତେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ଏବଂ ନିଜ ବିଷୟରେ ତଥା ନିଜର ନିଯୁକ୍ତି ବିଷୟରେ ସଂକ୍ଷେପରେ କିଛି କିଛି କହିଥିଲେ l



