
ଭଞ୍ଜନଗର , ୧୪/୦୭/୨୨ ( ଜିଲ୍ଲା ଖବର ) : ବିଜେପି ସମର୍ଥିତ ରାଷ୍ଟ୍ରପତି ପାର୍ଥି ଦୌରପଦି ମୁର୍ମୁଙ୍କ ପ୍ରତି ଝାଡଖଣ୍ଡ କଂଗ୍ରେସ ନେତା ଅଜୟ କୁମାର ଙ୍କ ବିବାଦୀୟ ମନ୍ତବ୍ୟକୁ ସମଗ୍ର ଦେଶରେ ବିଜେପି ବିରୋଧ କରିଛି।
ଜଣେ ଦଳିତ ମହିଳାଙ୍କୁ ଏପରି ମନ୍ତବ୍ୟ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତି କଂଗ୍ରେସ ର ବିବାଦୀୟ ମନ୍ତବ୍ୟକୁ ଭଞ୍ଜନଗର ବିଜେପି ଦଳ ତରଫରୁ ବିରୋଧ କରିବା ସହ କଂଗ୍ରେସର


ମଉଡମଣି ରାହୁଲ ଗାନ୍ଧୀଙ୍କ କୁସପୁତଲିକା ଦାହ ଭଞ୍ଜନଗର ମୁଖ୍ୟ ରାସ୍ତାରେ କରଯାଇଥିଲା ଏଥିରେ ଭଞ୍ଜନଗର ର ବହୁ ବିଜେପି ନେତା ଯୋଗ ଦେଇଥିଲେ।


ପ୍ରଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ,ସନ୍ତୋଶୋ ତିଆଡି, ନୀଳ ପାତ୍ର, ସନ୍ତୋଷ ପାଳ, ଗତି ମହାପାତ୍ର, ବିଷ୍ଣୁ ପ୍ରଧାନ,ଉଦ୍ଧବ ମିଶ୍ର, ବିଦେଶୀ,ମନୋଜ,କାଳିଆ,ଶିବ ମହାପାତ୍ର,ବସନ୍ତ ବରାଡ ପ୍ରମୁଖ ଯୋଗଦେଇଥିଲେ।


ସେମାନଙ୍କ ଦାବି ଥିଲା ଯେ ଅଜୟ କୁମାର ତାଙ୍କର ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ଓ କଂଗ୍ରେସ ମୁଖପାତ୍ର ରାହୁଲଙ୍କ ଗିରଫଦାରୀ ଦାବି କରିଥିଲେ।


