Home ଅପରାଧ ଏଟିଏମ ଲୁଟିବା ପୂର୍ବରୁ ପହଞ୍ଚିଲା ।

ଏଟିଏମ ଲୁଟିବା ପୂର୍ବରୁ ପହଞ୍ଚିଲା ।

73

ଆସିକା , ୧୪/୦୭/୨୨ ( ଜିଲ୍ଲା ଖବର ) : ଏଟିଏମ ଲୁଟିବାରେ ବିଫଳ ହେଲେ ଲୁଟେରା l ଲୁଟ ଉଦ୍ୟମ ଫଣ୍ଡ କଲା ପୋଲିସ l

ଗଞ୍ଜାମ ଜିଲ୍ଲା ଆସିକା ସହର ର ବିଜୁପଟ୍ଟନାୟ ଛକ ନିକଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ କିଛି ଦୃବୁତ ଏଟିଏମ ର ଗେଟ

ତାଡି ମେସିନ ରୁ ଟଙ୍କା ଲୁଟ ଉଦ୍ୟମ କରୁଥିବା ସୂଚନା ପାଇ ଆସିକା ପୋଲିସ ର ପାଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଲୁଟ ଉଦ୍ୟମ କରୁଥିବା ଲୁଟେରା ପୋଲିସ କୁ ଦେଖି ଲୁଟ ବେଳେ ବ୍ୟବହୃତ ସରଞ୍ଜାମ କୁ ଛାଡି ଛାତ୍ର ଭଙ୍ଗ ଦେଇଥିଲେ ।

ଫଳରେ ଏଟିଏମ ଲୁଟିବାରେ ସଫଳ ହୋଇନଥିଲେ ଲୁଟେରା l

ଅନ୍ୟପଟେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସାଇଣ୍ଟିଫିକ ଟିମ ଓ ଅନୁସନ୍ଧନୀ କୁକୁର ପହଞ୍ଚି ତଦନ୍ତ ଜୋରଦାର କରିଛି ପୋଲିସ l