ବାଲିଗୁଡ଼ା,୨୯/୧୨(ସୁରେଶ କୁମାର ପଣ୍ଡା) ; କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ କିଛି ଦିନ ପୂର୍ବରୁ ସୂଚନା ଅଧିକାରୀ କର୍ମଚାରୀ ଅଭିମନ୍ୟୁ ପଣ୍ଡାଙ୍କୁ ଡିସେମ୍ବର ୧୦ତାରିଖ ସକାଳୁ ଘରୁ ଡ଼ାକି ୨ଜଣ ଗୁଳି କରି ଫେରାର ହୋଇଯାଇଥିଲେ ଦୀର୍ଘ ୨୦ଦିନ ପରେ ଆଜି ଏହା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି I ମନ୍ଦିରର ଦୋକାନ ଗୃହ ଭଡ଼ାର ବିବାଦକୁ ନେଇ ହତ୍ୟା କରିଥିବା ଜଣାପଡ଼ିଛି I ଆଜି କନ୍ଧମାଳ ଆରକ୍ଷଣ ଅଧିକାରୀ ପ୍ରତୀକ ସିଂ, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପାଞ୍ଚଜଣ ଗିରଫ କରିଛନ୍ତି I ସେମାନେ ହେଲେ ବାଲିଗୁଡ଼ା ସୁନାପାଙ୍ଗାର, ବିଶ୍ୱଜିତ ପାତ୍ର, ବାଲାଜୀ ଆଚIରି, ମୁଣ୍ଡମରେଈ ଜିଲ୍ଲା ଗଞ୍ଜାମ, ରାସବିହାରୀ ଦାସ, ବଡ଼ଗଡ଼ ଜିଲ୍ଲା ଗଞ୍ଜାମ, ଓ ଆଉ ଦୁଇଜଣଙ୍କୁ ପୋଲିସ ନା ପ୍ରକାଶ କରିନାହାନ୍ତି I ଯେହେତୁ ପଚରାଉଚୁରା ଓ ଅଧିକ ତଦନ୍ତ ପାଇଁ ରଖାଯାଇଛି I କେସ ନମ୍ବର ୧୮୮/୧୯ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି I



