Saturday, November 14, 2026
Home ଆଞ୍ଚଳିକ ରାତିଚୋର କୁ ନେଇ ଅଞ୍ଚଳରେ କୋକୁଆ ଭୟ।ସାରାରାତି ଗ୍ରାମବାସୀ ରୁହନ୍ତି ଏଠି ଅନିଦ୍ରା।ହାତରେ ଠେଙ୍ଗାବାଡ଼ି ଧରି...

ରାତିଚୋର କୁ ନେଇ ଅଞ୍ଚଳରେ କୋକୁଆ ଭୟ।ସାରାରାତି ଗ୍ରାମବାସୀ ରୁହନ୍ତି ଏଠି ଅନିଦ୍ରା।ହାତରେ ଠେଙ୍ଗାବାଡ଼ି ଧରି ଗାଁ ଗାଁ ରେ ଦିଅନ୍ତି ପ୍ରହରା।

116

ସୋରଡା , ୧୩/୦୭/୨୨ ( ଜିଲ୍ଲା ଖବର ) : ରାତି ହେଲେ ଚୋରର ଆତଙ୍କ । ଲୋକେ ଭୟଭୀତ । ଗାଁ ଗାଁ ରେ ଠେଙ୍ଗା ପାଳି କରି ଜଗୁଛନ୍ତି ଲୋକେ । ଏପଟେ ଲୋକଙ୍କୁ ଆତଙ୍କିତ ନ ହୋଇ ସଜାଗ କରିବା କୁ ପୋଲିସ ପକ୍ଷରୁ ସଚେତନ । ରାତିସାରା ବିଭିନ୍ନ ଥାନା ପକ୍ଷରୁ ବ୍ଳକିଙ୍ଗ, ଚେକିଙ୍ଗ ଓ ପ୍ରେଟ୍ରୋଲିଂ କଡାକଡ଼ି । ଏପରି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସୋରଡା ଓ ବଡଗଡ ଥାନା ଇଲାକାରେ । ଯାହାକୁ ନେଇ ଆମର ଏହି ରିପୋର୍ଟ।


ଠେଙ୍ଗାବାଡ଼ି ଧରି ଗାଁ ଗାଁରେ ପ୍ରହରା

ଗତ କିଛି ଦିନ ହେବ ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଚୋର ଆତଙ୍କ।ଯାହାକୁ ନେଇ ଲୋକେ ଏବେ ପୁରାପୁରି ଆତଙ୍କିତ। ଏହି ଚୋର ଘଟଣା କୁ ନେଇ ଗାଁ ଗାଁ ରେ ଏବେ ହାଉଜାଉ । ସନ୍ଧ୍ୟା ହେଲେ ଲୋକେ ଭୟରେ ତାଟିକବାଟ ପକାଇ ଜଗିରହୁଛନ୍ତି । ଏପରିକି ପ୍ରାୟ ଗାଁ ରେ ଏବେ ଠେଙ୍ଗା ପାଲି କରି ଲୋକେ ରାତି ସାରା ଜଗି ରହିଛନ୍ତି ଗାଁ କୁ ।


ସୋରଡା,ବଡ଼ଗଡ , ସେରଗଡ଼ ଧରାକୋଟ ଓ ଗାଙ୍ଗପୁର ଥାନା ଅଧୀନରେ ଥିବା ଅନେକ ଗାଁ ରେ ସିରିଆଲ ଚୋରି ହେଉଥିବା ଘଟଣା ଅଭିଯୋଗ ଆସିଛି। ଭାଗବାନପୁର, ପଦରାଇଶୁଣି, ମାନିଆକାଠୀ, ମାଣିକ୍ୟପୁର ଆଦି ଗାଁର ଏକାଧିକ ଲୋକଙ୍କ ଘରେ ଚୋରି ହୋଇଥିବା ଘଟଣା ସାମ୍ନା କୁ ଆସିବା ପାରେ ଏବେ ଆଖପାଖ ଗାଁ ର ଲୋକେ ରାତିସାରା ଉଜାଗର ରହୁଛନ୍ତି। ଏପଟେ ପ୍ରତେକ ଥାନା ପକ୍ଷରୁ ଏବେ ରାତ୍ର କାଳିନ ପ୍ରେଟ୍ରୋଲିଂଗ କୁ ପୁରା କଡାକଡ଼ି କରାଯାଇଛି।

ରାତ୍ର ୮ ପାରେ ଯାଉଥିବା ବିଭିନ୍ନ ଗାଡିକୁ ପୋଲିସ ଅଟକାଇ ଯାଞ୍ଚ କରୁଛି । ଛକଛକରେ ରାତି ସମୟରେ ପୋଲିସ ମୁତାୟନ କାରାଉଛି । ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରି ରାତି ସାରା ପ୍ରେଟ୍ରୋଲିଂଗ ଜାରି ରହିଛି । କୌଣସି ସ୍ଥାନରୁ କିଛି ଖବାର ଆସିଲେ ସଂଗେ ସଂଗେ ଉକ୍ତ ଗାଁ କୁ ପୋଲିସ ପହଞ୍ଚିବା କୁ ଚେଷ୍ଟା କରୁଚି।

ଏପରିକି ଲୋକେ ଭୟଭୀତ ନ ହୋଇ ପୋଲିସ କୁ ସହଯୋଗ କରିବା ପାଇଁ ବିଭିନ୍ନ ପଂଚାୟତ ରେ ଆମ ଗାଁ ପୋଲିସ ସମିତି ଗଠନ କରି ଲୋକଙ୍କୁ ସଚେତିତ କରାଯାଉଛି। ପ୍ରତି ଗାଁ ର ଲୋକଙ୍କୁ ପୋଲିସ ପକ୍ଷରୁ ଥାନା ନମ୍ବର ଦିଆ ଯାଇଛି । ଯଦି କୌଣସି ଗାଁ ରେ ବାହାରର ରୁ ଆସିଥିବା କେଉଁ ଲୋକ ଉପରେ ସନ୍ଦେହ ସୃଷ୍ଟିହୁଏ ତେବେ ତୁରନ୍ତ ଥାନା କୁ ଖବର ଦେବା ପାଇଁ କୁହାଯାଇଛି । ରାତିରେ ପାଳି କରି ଜଗୁଥିବା ଲୋକେ ମଧ୍ୟ କୋୖଣସି ଆଇନି ନିଜ ହାତକୁ ନ ନେବା ପାଇଁ ରାତିରେ ଜଗୁଥିବା ଲୋକଙ୍କୁ ପୋଲିସ ପାରାମର୍ଶ ଦଉଛି । ଏହା ସ୍ୱତେ ମଧ୍ୟ ଏହି ଚୋର ଦଳକୁ ପୋଲିସ ଏଯାବତ ଧରିବାରେ ସକ୍ଷମ ହୋଇନାହିଁ।