Saturday, November 14, 2026
Home ଆଞ୍ଚଳିକ ଖବର ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ।

ଖବର ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଲା ।

67

ଭଞ୍ଜନଗର , ୧୩/୦୭/୨୨ ( ଜିଲ୍ଲା ଖବର ) : ବିଗତ ତିନି ଦିନ ବ୍ୟାପି ଲଗାଣ ବର୍ଷାରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁସଲଉଣ୍ଡି ଗ୍ରାମର ବାଲିସାହି ଜଳମଗ୍ନ ହେବାରୁ ବହୁ ଘର

ମାନଙ୍କରେ ବର୍ଷା ଜଳ ପ୍ରବେଶ କରିଥିଲା ଓ ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହୋଉଥିଲେ।ଲୋକେ ପ୍ରାୟ ୧୨ ଘଣ୍ଟା ଜଳବନ୍ଦୀ ଭାବେ ରହିଥିଲେ ।

ଏପରି ସ୍ଥଳେ କୋଣସି ସରକାରୀ କର୍ମଚାରୀ ଆସି ନଥିଲେ।କିନ୍ତୁ ସ୍ଥାନୀୟ ସରପଞ୍ଚ ଉଦ୍ଧବ ମିଶ୍ର ଖବର ପାଇ ସଙ୍ଗେ ସଙ୍ଗେ ଚୁଡା ଚିନି ଧରି ପହଞ୍ଚି ଥିଲେ ଓ ବଣ୍ଟନ କରିବା ସହ ସମସ୍ୟା ବୁଝିଥିଲେ।କିନ୍ତୁ ଆଜି ବିଭିନ୍ନ ଖବର ଚାନେଲ ରେ ଖବର ପ୍ରସାରଣ ପରେ ସ୍ଥାନୀୟ ଉପଜିଲ୍ଲାପାଳ ଓ ତହସିଲଦାର ବାଲି ସାହି ପହଞ୍ଚିଥିଲେ ଓ ଲୋକ ମାନନଙ୍କୁ ଚାକୁଣ୍ଡାପଲି ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ରଖା ଯାଇଥିଲା।

ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପରେ ରନ୍ଧା ଖାଦ୍ୟ ଦିଆଯାଇଥିଲା।ପ୍ରାୟ କୋଡିଏ ପରିବାରର ୮୦ ଜଣଙ୍କୁ ଗାଡ଼ିରେ ଅଣାଯାଇଥିଲା।ବାଉଁସଲଉଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର ଓ ବହୁ ଯୁବଙ୍କ ସହଯୋଗ କରିଥିଲେ।ସ୍ଥିତିରେ ସୁଧାର ନ ଆସିବା ଯାଏ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆ ଯିବବୋଲି ସରପଞ୍ଚ ପ୍ରକାଶ କରିଛନ୍ତି ।