Home ଆଞ୍ଚଳିକ ବର୍ଷାରେ ଘର ଭାଙ୍ଗି ବୃଦ୍ଧାଙ୍କ ମୃତ୍ୟୁ ।

ବର୍ଷାରେ ଘର ଭାଙ୍ଗି ବୃଦ୍ଧାଙ୍କ ମୃତ୍ୟୁ ।

141

ନବରଙ୍ଗପୁର , ୧୩/୦୭/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଧଣ୍ଡରା ଗ୍ରାମରେ ବର୍ଷାରେ ଘର ଭାଙ୍ଗିଯିବା ରୁ ଗଙ୍ଗାଧର ସୌରା (୭୦)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାଇ ଦୁଇ ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଗତ ରାତିରେ ଶଇ ଥିବା ସମୟରେ ଝାଟିମାଟିକୁଡ଼ିଆ ର ଛାତ କାନ୍ଥ ପଡିଯାଇଥିଲା l

ତାଙ୍କର କେହି ସମ୍ପର୍କୀୟ ନ ଥିବାବେଳେ ପ୍ରାୟ ୨୦ ବର୍ଷ ହେବ ପିତା କୁମୁଲି ଗାଁ ରୁ ଆସି ଧଣ୍ଡରା ଠାରେ ଝାଟି କୁଡ଼ିଆ ରେ ବୁଡ଼ା ବୁଡି ରହୁଥିଲେ l ସକାଳ ପାଞ୍ଚ ଘଣ୍ଟା ସମୟରେ ଗ୍ରାମର ଲୋକ ଦେଖି ଅଗ୍ନି ଶମ ଵିଭାଗ ତେନ୍ତୁଳୀଖୁଣ୍ଟି ଓ ପଲିସ ତେନ୍ତୁଳୀଖୁଣ୍ଟି କୁ ଖବର ଦେଇଥିଲେ ।

ପୋଲିସ ଓ ଅଗ୍ନିଶମ ଵିଭାଗ ଆସି ଗ୍ରାମର ଲୋକ ସହାୟତରେ ଘର ଭିତରୁ ଶବକୁ ବାହାର କରିଥିଲେ ନନ୍ଦାହାଣ୍ଡି ତହସିଲଦାର ଏ ସ୍ନେହଳତା ଆଡଲ ନନ୍ଦାହାଣ୍ଡି ଏ ବିଡିଓ ଶ୍ରୀ ପ୍ରଫୁଲ କୁମାର କଅଁର, ପିଇଅ ଧଣ୍ଡରା ଉପସ୍ଥିତ ରହି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ମେଡିକାଳ କୁ ପଠାଇ ଥିବା ସୂଚନା ଦେଇଛନ୍ତି l

ସରକାରଙ୍କ ଯାହା ସୁଵିଧା ଅଛି ସମସ୍ତ ସୁଵିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଳା ଖବର ।