Home ଆଞ୍ଚଳିକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ହାଇସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଘାଟନ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ହାଇସ୍କୁଲର ଶତବାର୍ଷିକୀ ଉତ୍ସବ ଉଦଘାଟନ

35
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ହାଇସ୍କୁଲର ଶତବାର୍ଷିକୀ ଉତ୍ସବ

ପାରଳାଖେମୁଣ୍ଡି,୨୮/୧୨(ପ୍ରଭାତ କୁମାର ପାତ୍ର) ; ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସ୍ଥିତ ଗୁରୁଣ୍ଡିରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲର ଶତବାର୍ଷିକୀ ସମାରୋହ ଆଜି ମହା ସମାରୋହରେ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ହାଇସ୍କୁଲର ଐତିହ୍ୟ ଅତି ଉଚ୍ଚକୋଟୀର ଓ ଗୁରୁତ୍ବପୂର୍ଣ୍ଣ ଏଠାକାର ଶହଶହ ଛାତ୍ରଛାତ୍ରୀ ଓଡିଶା ଓ ସମଗ୍ର ଦେଶରେ ବହୁ ପ୍ରସଂଶନୀୟ ପଦ ପଦବୀରେ ରହିଛନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ଏହି ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ପାଇଛନ୍ତି। ଏହି ହାଇସ୍କୁଲର ପୂରାତନ ଛାତ୍ର ମଧ୍ୟ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପଦବୀ ମଧ୍ୟ ପାଇଛନ୍ତି। ଆଜି ଏହି ହାଇସ୍କୁଲର ଶତବାର୍ଷିକୀ ପାଳିତ ଅବସରରେ ସମସ୍ତ ଗୁରୁତ୍ବ ପୂଣ୍ଣ ଘଟଣାକୁ ଆଲୋଚନା କରିବା ଆବଶ୍ୟକ ରହିଛି। ହାଇସ୍କୁଲର ପୂରାତନ ଭାଗ କୋଠରୀକୁ ପୂର୍ଣ୍ଣ ନିର୍ମାଣ ପାଇଁ ଗଜପତି ଓ କନ୍ଧମାଳ କେବିକେ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁଦାନ ପାଇଁ ମନ୍ତ୍ରୀ ଘୋଷଣା କରି ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟବକ୍ତ ଭାବେ ଯୋଗଦେଇ ଦେଇଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ପୂର୍ବତନ ବିଧାୟକ ବିଜୟ କୁମାର ଜେନା, ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବିଡିଓ ସଂଗ୍ରାମ କେଶରୀ ଜେନ୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ହାଇସ୍କୁଲର ପୂରାତନ ଇତିହାସକୁ ଆଲୋକପାତ କରିବା ସହ ଏହାର ଉନ୍ନତି ପାଇଁ କାମନା କରିଥିଲେ। ଶତବାର୍ଷିକୀ ସମାରୋହ ଆୟୋଜନର ସଭାପତି ପ୍ରତାପ ପାତ୍ର ଉତ୍ସବର ସଫଳତାକୁ ନେଇ ସମସ୍ତ କମିଟି ସଦସ୍ୟ ମାନଙ୍କୁ ପ୍ରଶଂସା କରିଥିଲେ। ସମାରୋହ ପ୍ରାରମ୍ଭରେ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନବନିମୀତ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବା ସହ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ସଭା ପରିଶେଷରେ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।