Tuesday, October 13, 2026
Home ଆଞ୍ଚଳିକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ ।

47

ଧରାକୋଟ , ୧୩/୦୭/୨୨ ( ଜିଲ୍ଲା ଖବର ) : ବୃଦ୍ଧି ପାଉଥିବା ଉତ୍ତାପ,ଅଙ୍ଗାରକାମ୍ଳ ପରିବେଶର ସନ୍ତୁଳନତା ରକ୍ଷା ପାଇଁ ବୃକ୍ଷ ରୋପଣ ଅତି ଜରୁରୀ ହୋଇଯାଇଛି। ସବୁଜିମା ବଳୟ ସୃଷ୍ଟି ହେଲେହିଁ ଉତ୍ତମ ପରିବେଶ ସାଙ୍ଗକୁ ଋତୁଚକ୍ରର ଅନୁଯାୟୀ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପର୍ନ୍ନ ହେବା । ଏଣୁ ଜଙ୍ଗଲ ବିଭାଗ ତରଫରୁ ଔଷଧୀୟ ଓ ଫଳନ୍ତି ବୃକ୍ଷ ଚରା ବିତରଣ କେନ୍ଦ୍ର ଧରାକୋଟ ଠାରେ ଖୋଲାଯାଇଛି । ଏହାକୁ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉଦଘାଟନ କରିଥିବାବେଳେ ଅତିରିକ ବି ଡି ଓ ସୁଶିଲ ପଟନାୟକ,ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ୱାଇଁ,ବାନପାଳ ଅକ୍ଷୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଜଙ୍ଗଲ ଓ ଜଳବାୟୁ ବିଭାଗ ତରଫରୁ ବାରଦାବାଲି ନିକଟସ୍ଥ ଚପୁଡ଼ିଆ ଜଙ୍ଗଲ ପାର୍ଶ୍ୱରେ ପଚାଶ ହଜାର ଆମ୍ବ,ନିମ୍ବ ଭଣ୍ଡା,ଆକାସି, ଶିଶୁ,ଶାଗୁଆନ,କାଜୁ,କଦମ୍ବ,ଦେବଦାରୁ ପ୍ରଭୁତି ଚାରା ବିତରଣ ପାଇଁ ରଖାଯାଇଛି । ଏହି ଅବସରରେ ଡାକି ବଜା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସୁରକ୍ଷାରେ ବୃକ୍ଷ ରୋପଣ ର ଭୂମିକା ସମ୍ପର୍କରେ ଏକ ସଚେତନତା ସଭାର ଆୟୋଜନ କରି ବିଦ୍ୟାଳୟ ପରିସରରେ ଦୁଇଶହ ଚାରା ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା ଓ ବନପାଳ ଅକ୍ଷୟ ତ୍ରିପାଠୀ ଙ୍କ ଉପସ୍ଥିତିରେ ଲଗାଯାଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷର ମହତ୍ତ୍ଵ,ଆକାର,ପାଳନ,ସୁରକ୍ଷା ଓ ଉପକାରିତା ବିଷୟରେ ବୁଝା ଯାଇଥିଲା ।