Wednesday, October 14, 2026
Home ଅପରାଧ ନାବାଳିକାର ଆତ୍ମହତ୍ୟା ।

ନାବାଳିକାର ଆତ୍ମହତ୍ୟା ।

344

ବେଲଗୁଣ୍ଠା, ୧୩/୦୭/୨୨ ( ଜିଲ୍ଲା ଖବର ) : ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ୧୭ ବର୍ଷୀୟା ନାବାଳିକା ଝିଅ କୌଣସି କାରଣରୁ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛି I ଆଜି ବାବୁଲା ଏବଂ ତାର ସ୍ତ୍ରୀ ପ୍ରତିଦିନ ଭଳି ଜମିକୁ ଚାଷ କରିବାକୁ ଯାଇଥିଲେ I ସେମାନେ ଦିନ ଗୋଟାଏ ବେଳେ ଘରକୁ ଆସିବା ପରେ ଝିଅ ତାଙ୍କୁ ଖାଇବାକୁ ଦେଇଥିଲା I ସେମାନେ ଖାଇ ସାରିବା ପରେ ପୁଣି ଜମିକୁ ଚାଷ କାମ କରିବାକୁ ଚାଲିଯାଇଥିଲେ I ଚାରିଟା ବେଳେ ଘରର ଉଭୟ ପଟୁ କବାଟ ବନ୍ଦ କରି ଝିଅ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା I

ଏହା ଝିଅର ପଡ଼ିଶା ଘର ଖୁଡି ଜାଣିବା ପରେ ବାବୁଲା ଏବଂ ତାର ସ୍ତ୍ରୀକୁ ଖବର ଦେବାରୁ ସେମାନେ ଆସି ଝିଅକୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲ୍ କୁ ଆଣିଥିଲେ I ସେଠାରେ ଡ଼ାକ୍ତର ନାବାଳିକା ଝିଅକୁ ମୃତ ଘୋଷଣା କରିଥିଲେ I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି I ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ I ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁଁ I ନାବାଳିକା ଝିଅଟି ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ I ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି I