Tuesday, October 13, 2026
Home ଆଞ୍ଚଳିକ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ l

ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ l

433

ଧରାକୋଟ , ୧୨/୦୭/୨୨ ( ଜିଲ୍ଲା ଖବର ) : ଧୀରେ ଧୀରେ ଏବେ ପରିବେଶ ନଷ୍ଟ ହେବାକୁ ବସିଲାଣି । ପୂର୍ବର ଆଉ ସେହି ସବୁଜିମା ଦେଖିବାକୁ ମିଳୁନି ।

ସମ୍ପ୍ରତିକ ପରିସ୍ଥିତି ରେ ଉତ୍ତାପ ବୃଦ୍ଧି ଘଟୁଛି ତେଣୁ ପରିବେଶ କୁ ସନ୍ତୁଳିତ ରଖିବା ପାଇଁ ଏବେ କେବଳ ଗୋଟିଏ ମାତ୍ର ରାସ୍ତା ହେଉଛି ।

ଅଧିକରୁ ଅଧିକ ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବା । ଆଉ ସେହି ଲକ୍ଷରେ ଧରାକୋଟ ବନ ପାଳଙ୍କ ଦ୍ୱାରା ଏକ ଚାରା ବିତରଣ କେନ୍ଦ୍ରକୁ ଧରାକୋଟ ବ୍ଲକ ଅଧକ୍ଷା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ଦ୍ୱାରା ଉଦଘାଟନ କରାଯାଇଛି ।

ଏହା ସହ ଡାକବଜା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବନ ମୋହତ୍ସବ ଅଵସରେ ୨୦୦ ଟି ଚାରା ଗଛ ଧରାକୋଟ ବନପାଳ ଓ ଫରେଷ୍ଟଗାଡ ଙ୍କ ଉପସ୍ଥିତ ରେ ଲଗାଯାଇଛି ।

ବିଦ୍ୟାଳୟ ର ଏହି ଚାରା ରୋପଣ ରେ ପ୍ରିନ୍ସପାଲଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍କୁଲର ସମସ୍ତ ପିଲା ଉପସ୍ଥିତ ଥିଲେ । ଏହି ଅବସରରେ ପିତାଙ୍କୁ ବୃକ୍ଷ ର ମହତ୍ବ ଓ ଆକାର ଉପକାରିତା ସହ ସୁରକ୍ଷା ବିଷୟରେ ବୁଝାଯାଇଥିଲା।