Friday, November 13, 2026
Home ଆଞ୍ଚଳିକ ଲଗାଣ ବର୍ଷାରେ ବେହାଲ ବାଉଁସଲଉଣ୍ଡି ପଞ୍ଚାୟତ ।

ଲଗାଣ ବର୍ଷାରେ ବେହାଲ ବାଉଁସଲଉଣ୍ଡି ପଞ୍ଚାୟତ ।

16

ଭଞ୍ଜନଗର , ୧୨/୦୭/୨୨ ( ଜିଲ୍ଲା ଖବର ) : ବିଗତ ତିନି ଦିନ ବ୍ୟାପି ଲଗାଣ ବର୍ଷାରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁସଲଉଣ୍ଡି ଗ୍ରାମର

ବାଲିସାହି ଜଳମଗ୍ନ ହେବାରୁ ବହୁ ଘର ମାନଙ୍କରେ ବର୍ଷା ଜଳ ପ୍ରବେଶ କରିଥିଲା ଓ ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହୋଉଥିଲେ।

ଲୋକେ ପ୍ରାୟ ୧୨ ଘଣ୍ଟା ଜଳବନ୍ଦୀ ଭାବେ ରହିଥିଲେ ଏପରି ସ୍ଥଳେ କୋଣସି ସରକାରୀ କର୍ମଚାରୀ ଆସି ନଥିଲେ।କିନ୍ତୁ ସ୍ଥାନୀୟ ସରପଞ୍ଚ ଉଦ୍ଧବ ମିଶ୍ର ଖବର ପାଇ ସଙ୍ଗେ ସଙ୍ଗେ ଚୁଡା ଚିନି ଧରି ପହଞ୍ଚି ଥିଲେ ଓ ବଣ୍ଟନ କରିବା ସହ ସମସ୍ୟା ବୁଝିଥିଲେ।

ବାଲିସାହି ରେ ବାରମ୍ବାର ଏପରି ବର୍ଷା ଦିନ ଘରେ ପାଣି ପଶିବା କଥାକୁ ବହୁବାର ପୂର୍ବତନ ସରପଞ୍ଚ ଓ ବିଡିଓ ଙ୍କୁ ଜଣାଇଥିଲେ ବି ସମସ୍ୟାର ସମାଧନ ହୋଇପାରିନି କିନ୍ତୁ ସ୍ଥାନୀୟ ଲୋକେ ବର୍ତ୍ତମାନ ର ସରପଞ୍ଚ କୁ ଏ ବିଷୟରେ ଅବଗତ କରାଇଛନ୍ତି ଦେଖାଯାଉ କେବେ ଏହାର ଅନ୍ତ ହେବ।

ରିଲିଫ ସାମଗ୍ରୀ ବଣ୍ଟନ ରେ ସ୍ଥାନୀୟ ଯୁବକ ମାନେ ସହଯୋଗ କରିଥିଲେ।ବିଦେଶୀ, ମନୋଜ,ଶୁକ୍ଳ, ଭଂଜକିଶୋର ପ୍ରଧାନ,ଗଦାଧର ପ୍ରମୁଖ ସହଯୋଗ କରିଥିଲେ।