Home ଆଞ୍ଚଳିକ ସରକାରୀ ଚିକିତ୍ସାଳୟ ରେ ଟଙ୍କା ମାଗିବା ଅଭିଯୋଗ ।

ସରକାରୀ ଚିକିତ୍ସାଳୟ ରେ ଟଙ୍କା ମାଗିବା ଅଭିଯୋଗ ।

74

ହିଞ୍ଜିଳିକାଟୁ , ୧୨/୦୭/୨୨ ( ଜିଲ୍ଲା ଖବର ) : ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ବିବାଦ ଘେରକୁ ଆସିଛନ୍ତି ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ ଅଜିତ ସାମନ୍ତରାୟ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅପମାନ ଜନକ ବ୍ୟବହାର କରିବା କେତେଦୂର ଯଥାର୍ଥ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମଧ୍ୟ ବୁଦ୍ଧିଜୀବୀମାନେ କହିଛନ୍ତି ।

ଆଜି ସକାଳେ ସାମ୍ବାଦିକ ହିମାଂଶୁ ବେହେରା ଓ ତାଙ୍କ ବନ୍ଧୁ ରଞ୍ଜିତ ବାଡ଼ତ୍ୟା ହିଂଜିଲିକାଟୁ ଉପଖଣ୍ଡ ଚିକିତ୍ସାଳୟ କୁ ରଞ୍ଜିତଙ୍କ ଦେହ ଅସୁସ୍ଥ କାରଣରୁ ଯାଇ ଏକ୍ସରେ ବିଭାଗକୁ ଏକ୍ସରେ ସକାଶେ ଯାଇଥିଲେ ସେଠାରେ ଉପସ୍ଥିତ କର୍ମଚାରୀ ଅଜିତ ସାମନ୍ତରାୟ ଦୁଇ ଶହ ଟଙ୍କା ମାଗିଥିଲେ।

ସେଠାରେ ହିମାଂଶୁ ସମ୍ବାଦିକର ପରିଚୟ ଦେଇ କାହିଁକି ଟଙ୍କା ମାଗୁଛ ବୋଲି ପଚାରିବାରୁ ଉକ୍ତ କର୍ମଚାରୀ ଧକ୍କା ମାରିବାସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ ବୋଲି ଏକ ଲିଖିତ ଅଭିଯୋଗ ହିଂଜିଲି ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ଦେଇଥିଲେ।

ଉକ୍ତ କର୍ମଚାରୀଙ୍କ ଏଭଳି ଔଦ୍ଧତ୍ୟ ଆଚରଣ ନୂଆ ନୁହେଁ ବୋଲି କିଛି ରୋଗୀ କହିଥିଲେ। ଅପରପକ୍ଷରେ ଯେତେ ବେଳେ ସେହି କର୍ମଚାରୀଙ୍କୁ ପଚାରାଯାଇଥିଲା ସେ ସିଧା ସିଧା ମନା କରିଛନ୍ତି ଯେ ମୁଁ କୌଣସି ଟଙ୍କା ମାଗି ନଥିଲି ।

ସେ ଯାହା ହେଉ ଚିକିତ୍ସାଳୟ ର କର୍ମଚାରୀ ଗଣତନ୍ତ୍ର ମୂଲ୍ୟବୋଧକୁ ବୁଝିପାରିଲେନି କେମିତି ? କେମିତି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ କାହିଁକି ? କଣ ନିଜ ପାୱାରକୁ ବ୍ୟବହାର କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚାହୁଁଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି ।