Wednesday, November 11, 2026
Home ଆଞ୍ଚଳିକ ଭାରତୀୟ ମଯଦୁର ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

ଭାରତୀୟ ମଯଦୁର ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

96

ରାୟଗଡା ,୧୧/୦୭/୨୨ (ଜିଲ୍ଲା ଖବର ) : ଭାରତୀୟ ମଜଦୁର ସଂଘ ରାୟଗଡ଼ା ଜିଲ୍ଲା ସମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ସ୍ଥିତ କୃଷ୍ଣ ଚନ୍ଦ୍ର ଭବନ ( ମୁନିସିପାଲିଟି ଟାଉନ ହଲ ) ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଫଟୋ ଚିତ୍ର ରେ ଦ୍ଵିପ ପ୍ରଜ୍ବଳିତ କରି ଶ୍ରମିକ ଗିତ ଗାନ କରାଯିବା ସହ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଙ୍ଘର ରାଜ୍ୟ ଉପସାଧାରଣ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର , ସମ୍ମାନୀୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ୱର ଦାସ ଯୋଗଦେଇ ପ୍ରକାଶ କରିଛନ୍ତି ଯେ ଭାରତୀୟ ମଜଦୂର ସଙ୍ଘ ଏକ ଭାରତୀୟ ବିଚାରଧାରା ଏବଂ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଂଘଠନ ଏବଂ ଶ୍ରମିକ ମାନଙ୍କର ସ୍ୱାର୍ଥ ଏବଂ ସନ୍ନମାନ ରକ୍ଷା ପାଇଁ ଲଢେ଼ଇ କରି ଆଜି ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସି ଅଛି ।

ଆଜି ଦେଶର ପୋଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସରକାରୀ , ବେସରକାରୀ ଓ କଳକାରଖାନା କ୍ଷେତ୍ରରେ ଶ୍ରମିକ ମାନଙ୍କର ସମସ୍ତ ସୁବିଧା ଅସୁବିଧା କୁ ସମାଧାନ କରି ଭାରତରେ ପ୍ରଥମ ସ୍ଥାନ ବଜାୟ ରଖି ଆସୁଛି । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଉପସଭାପତି ମହନ ରାଓ ମାଝୀ , ସଙ୍ଘର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂଙ୍କ ନେତୃତ୍ବରେ ଆୟୋଜିତ ସମ୍ମିଳନୀର ପରିସେଷରେ ଜିଲ୍ଲାର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା ।

ରାଜ୍ୟ ଉପସାଧାରଣ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଏବଂ ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ୱର ଦାଶ ଙ୍କ ଉପସ୍ଥିତି ରେ ଜିଲ୍ଲା ସଭାପତି ଭାବେ ମୋହନ ରାଓ ମାଝୀ , କାର୍ଯ୍ୟକାରୀ ସଭାପତି ଭାବେ ଧର୍ମ ସିଂ ନାଗ , ଉପସଭାପତି ଭାବେ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀ ଦୂର୍ଗା ମାଧବ ଘୋଷ , ଜିଲ୍ଲା ସମ୍ପାଦକ ରୂପେ ଶ୍ରୀ ଗଣେଶ୍ଵର ସାହୁ , ସହ ସଂପାଦକ ଭାବେ ନେହା ସିଂ , କୋଷାଧ୍ୟକ୍ଷ ରୂପେ ଶ୍ରୀମତୀ ଉଷାରାଣୀ ଦାଶ , ସଘଠନ ସଂପାଦକ ଭାବେ ଖଗେଶ୍ବର ସିଂ କାର୍ଯ୍ୟକାରୀ ସଦସ୍ୟ ଭାବେ ସମସ୍ତ ସଂଘଠନର ସଂପାଦକ ସହ ୧୧ ଜଣଙ୍କୁ କାର୍ଯ୍ୟକର୍ତ୍ତା ଭାବେ ଚୟନ କରାଯାଇଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଯଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ, ବିଶ୍ୱକର୍ମା ମଯଦୁର ସଂଘ , ଉକ୍ତଳ ଆଲୁମିନା ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଜେ କେ ପେପର ମଜଦୁର ସଂଘ , ବ୍ୟବସାୟ ମଜଦୁର ସଂଘ , କୃଷି ଗ୍ରମିଣ ମଜଦୁର ସଂଘ , ପାଚିକା ସଂଘ ଏବଂ ସମସ୍ତ ବ୍ଲକ ର କାର୍ଯ୍ୟ କର୍ତ୍ତା ଯୋଗଦେଇ ଥିଲେ । ଉକ୍ତ ଜିଲ୍ଲା ସମ୍ମିଳନୀ କାର୍ଯ୍ୟକ୍ରମ କୁ ପ୍ରଶାନ୍ତ କୁମାର ପାଳ , ପରମା ନନ୍ଦ ପ୍ରଧାନ , ସମିର ବାଗ , ମନୋଜ କୁମାର ଦାସ , କଲ୍ୟାଣୀ ଦାସ , କେ ନିଳାଦ୍ରୀ , ପଦ୍ମା ସେନାପତି ପରିଚାଳନା କରିଥିଲେ ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।