Friday, November 13, 2026
Home ଆଞ୍ଚଳିକ ଧରାକୋଟ , ନନ୍ଦିଗୋର ମୂଖ୍ୟ ରାସ୍ତାରେ ଜମୁଛି ପାଣି, ସଂକ୍ରାମକ ରୋଗ ଆଶଙ୍କା

ଧରାକୋଟ , ନନ୍ଦିଗୋର ମୂଖ୍ୟ ରାସ୍ତାରେ ଜମୁଛି ପାଣି, ସଂକ୍ରାମକ ରୋଗ ଆଶଙ୍କା

129

ଧରାକୋଟ,୧୧/୭(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତର ନାନ୍ଦିଗୋର ଗ୍ରାମର ମୁଖ୍ୟ ରାସ୍ତା ଖରୁଡା ସାହି ମଝିରେ ନାଳ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ନନ୍ଦିଗୋର ଗ୍ରାମରେ 450 ଗୋଟି ପରିବାରର ପ୍ରାୟ 2200 ବ୍ୟକ୍ତି ବସବାସ କରନ୍ତି। ଗ୍ରାମର ଓଡ଼ିଆ ସାହିର ବ୍ୟବହୃତ ଘର ଓ ନାଳର ଦୂଷିତ ଜଳ ଖରୁଡ଼ା ସାହି ମଝିରେ ଜମୀରହିବା ଫଳରେ ପୂତିଗନ୍ଧମୟ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଏହି ରାସ୍ତା ଝଗ ଡେଇ.. ଯାହାଦା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଅଂସ୍ୟ ବିଶେଷ । ଏହି ରାସ୍ତା ଦେଇ ପ୍ରତ୍ୟହ ସଂଖ୍ୟାଧିକ ଗାଡି ମଟର ଯାତାୟାତ କରିଥାଏ। ଏହି ରାସ୍ତା ନିକଟରେ ଗ୍ରାମର ମାଧ୍ୟମିକ ବିଦ୍ୟାଳୟ ରହିଛି ।

ଏଣୁ ପ୍ରତିଦିନ ଛାତ୍ର ,ଛାତ୍ରୀ ଏହି ରାସ୍ତାଦେଇ ଯିବା ଆସିବା କରନ୍ତି । ଦୂଷିତ ପାଣି ଜମି ରହିଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ତ୍ତ ବିଭାଗ ତୁରନ୍ତ ପାଣି ଯମି ରହୁଥିବା ସ୍ଥାନରୁ ଋଷିକୂଲ୍ୟା ନଦୀ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ କଲେ ଜମି ରହୁଥିବା ଦୂଷିତ ପାଣି ନିସ୍କାସନ ହୋଇ ପାରିବ। ନଚେତ ସଂପ୍ରତି ବର୍ଷାଦିନ ଆସି ଯାଇଥିବାରୁ ଅଧିକ ପାଣି ଜମା ହୋଇ ଦୂଷିତ ପରିବେଶ ସାଙ୍ଗକୁ ସଂକ୍ରାମକ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।