
ଧରାକୋଟ , ୧୦/୦୭/୨୨ ( ଜିଲ୍ଲା ଖବର ) : ଗଂଜାମ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ମଧ୍ୟରୁ ଧରାକୋଟ ଗଡର ପରମ୍ପରର ନିଆରା ରଥଯାତ୍ରା ବେଶ୍ ପ୍ରସିଦ୍ଧ । ପୁର ପଲ୍ଲୀ ଠାରୁ ରାଜ୍ୟ ଦେଶ ବିଦେଶ ସବୁଠି ଗୁଣ୍ଡିଚା ଦିନ ରଥଯାତ୍ରା ହୋଇ ବାହୁଡ଼ା ଦିନ ଶେଷ ହୁଏ।
ହେଲେ ଓଡ଼ିଶାର ଧରାକୋଟ ଗଡ଼ରେ ଗୁଣ୍ଡିଚା ପରଦିନ ରଥ ଟଣା ଯାଉଥିବା ବେଳେ ବାହୁଡ଼ା ପରଦିନ ଏକାଦଶୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ।ତେଣୁ ଏହା ଭିନ୍ନ ଏକ ଆକର୍ଷଣର ରଥଯାତ୍ରା । ଠିକ୍ ସେହିପରି ସବୁଠି ଗଡ଼ଜାତ ର ରାଜା କିମ୍ବା ଅଞ୍ଚଳର ମୂଖ୍ୟ ପୂରଦ୍ଧା ବ୍ୟକ୍ତି ଠାକୁରଙ୍କ ଅଦ୍ୟ ସେବକ ହେଇଥିବା ବେଳେ ଧରାକୋଟ ଗଡ ସମେତ ଯାଜପୁର ଜିଲ୍ଲାର ଗଡ଼ମଧୁ ପୁରରେ ମହିଳା ରାଜା ଠାକୁରଙ୍କ ଅଦ୍ୟ ସେବକ ଭାବରେ ରିତିନିତି କୁ ସୂଚାରୁ ରୂପେ ପାଳନ କରିଆସୁଛନ୍ତି।

ଗଡ ମଧୁ ପୁରରେ ରାଜା ଅପର୍ଣ୍ଣା ଧିର ସିଂ ଏବଂ ଧରାକୋଟ ରେ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଠାକୁରଙ୍କ ର ସେବା କାର୍ଯ୍ୟ କରିଆସୁଛନ୍ତି। ଯାହାକି ଏକ ଭିନ୍ନ ଏବଂ ସ୍ବତନ୍ତ୍ର ଆକର୍ଷଣ । ଆଜି ଏକାଦଶୀ ତିଥିରେ ଧରାକୋଟରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପ୍ରଭାତରୁ ରିତିନିତି ପ୍ରକାରେ ଦେବ ନିତି ସମ୍ପାଦନ ହେଇଥିଲା। ଅପରାହ୍ନ ରେ ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ରାଜ ବେଶରେ ନିଜର ଭଉଣି ଶାନ୍ତି ପ୍ରିୟା ଗୀତାଞ୍ଜଳିଙ୍କ ଓ ପାତ୍ର,ମନ୍ତ୍ରୀ,କଟୁଆଳ, ସେନାପତି ଓ ପାରିଷଦ ବର୍ଗଙ୍କ ସହ ରୁପା ତାମଞ୍ଜିନ (ପାଲିଙ୍କି)ରେ ରଥନିକଟରେ ପହଞ୍ଚିବା ପରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିଥିଲେ।ଏହାପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।

ବର୍ଷା ଯୋଗୁଁ ରଥ ବଡ଼ ଦାଣ୍ଡର ମଝିରେ ଅଟକି ରହିଥିଲା ।ଦୁଇ ବର୍ଷ ହେଲା କରୋନାର ପ୍ରକୋପ ଯୋଗୁଁ ରଥଯାତ୍ରା ବନ୍ଦ ରହିଥିଲା ।ଚଳିତ ବର୍ଷ ରଥଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଭକ୍ତ ନିଜର ପ୍ରିୟ ଠାକୁର ଓ ମହିଳା ରାଜା ଙ୍କୁ ଦେଖିବା ପାଇଁ ଭିଡ଼ ଜମାଇ ଥିଲେ ।ରାଜତନ୍ତ୍ର ବିଲୋପ ହୋଇସାରିଥିବା ବେଳେ ଧରାକୋଟ ଗଡ଼ରେ ରାଜତନ୍ତ୍ରର ଛିଟା ଦେଖିବାକୁ ମିଳୁଛି ।ଯାହାକି ଏକ ଭିନ୍ନ ଓ ସ୍ବତନ୍ତ୍ର ପରାମ୍ପରାକୁ ବହନ କରି ଆସୁଛି । ଆଜିର ରଥଯାତ୍ରା ରେ ଧରାକୋଟ ଥାନା ତରଫରୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।


