Saturday, November 14, 2026
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ , ମାଁ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ , ମାଁ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

157

ରାୟଗଡ଼ା , ୧୦/୦୭/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଅନ୍ତର୍ଗତ ଜେମାଦେଇପେଣ୍ଠ ଷ୍ଟେସନ ନିକଟ( ଗୋଡାମ ) ଠାରେ ମାଁ ମଝିଘରିଆଣି ମନ୍ଦିର ପରିଚାଳନା କମିଟି

ଏବଂ ଭାରତୀୟ ମଜଦୁର ସଂଘ ର ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଇଯାଇଛି l

ପରିଚାଳନା କମିଟି ର କେ. ରାମବାବୁ, ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସଂଘ ର ଜିଲ୍ଲା ସଂପାଦକ ଖଗେଶ୍ବର ସିଂଙ୍କ ନେତୃତ୍ବ ରେ ଜେମଦେଇପେଣ୍ଠ ମାଁ

ମଝିଘୋରିଆଣି ମନ୍ଦିର ଚତୁର୍ପାସ୍ୱ ରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ସହ ନଡ଼ିଆ ଗଛ , ବେଲ ଗଛ , ଅଁଳା ଗଛ , ଲୀମ ଗଛ ସହ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି l

ଏହି ଉପଲକ୍ଷେ ଅତିଥି ଭାବ ଶ୍ରୀ ଯୋଗୀ ଶ୍ରୀ ଚୈତନ୍ୟ ରାମ ସ୍ଵାମୀ ଜି ଏବଂ ସେସଖାଲ ଥାନା ଅଧିକାରୀ ନୀଳାମ୍ବର ଜାନୀ , ବନ ବିଭାଗ ଅଧିକାରୀ , ଜେମାଦେଇପେଣ୍ଠ ସରପଞ୍ଚ ମିତା ପୁଆଲା ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ମନ୍ଦିର ନିର୍ମାଣ ଭଳି ମହୋତ କାର୍ଯ୍ୟ ସହ ବୃକ୍ଷ ରୋପଣ ଭଳି ପାରିବେଶିକ ବିକାଶ କାର୍ଯ୍ୟ କୁ ମଧ୍ୟ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଏହା ସହ ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ଏବଂ ଦେଶ ଗଠନର ବିକାଶ କାର୍ଯ୍ୟ ସହ ମନ୍ଦିର ନିର୍ମାଣ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରୋମକୁ ମଧ୍ୟ ନିଜର କର୍ତ୍ତବ୍ୟ ଭାବରେ ଗ୍ରହଣ କରିଥିବାରୁ ଭାରତୀୟ ମଜଦୂର ସଘକୁ ଧନ୍ୟବାଦ ଅର୍ପଣ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମ କୁ
ଏମ . ଗୈାରୀ ସଙ୍କର ରାଓ , ମୁକୁନ୍ଦ ପିଡିକା , ମୋହନ ରାଓ ମାଝୀ , ପ୍ରଶାନ୍ତ କୁମାର ପାଳ , କେ ଗୋପିନାଥ ନାଇଡୁ , କିଶୋର କୁମାର ସାହୁ , ଗଣେଶ ସାହୁ , ସନ୍ତୋଷ କୁମାର ଦାଶ , ଶ୍ରୀମତୀ ଉଷାରାଣୀ ଦାଶ , ପରମା ନନ୍ଦ ପ୍ରଧାନ , ରମେଶ କିଲାନା , ଚନ୍ରା ପୁଆଲା ,
ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚାରୋଟି ଗ୍ରାମର ସହ ସହ ଭକ୍ତ ଯୋଗ ଦେଇଥିଲେ ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।