Home ଆଞ୍ଚଳିକ ରକ୍ତ ଦାନ ଶିବିରରେ ମୁଖ୍ୟ ଆକର୍ଷଣ ସାଜିଲେ ୫ ଜଣ ଦିବ୍ୟାଙ୍ଗ।

ରକ୍ତ ଦାନ ଶିବିରରେ ମୁଖ୍ୟ ଆକର୍ଷଣ ସାଜିଲେ ୫ ଜଣ ଦିବ୍ୟାଙ୍ଗ।

193


ହିଞ୍ଜିଳିକାଟୁ , ୧୦/୦୭/୨୨ ( ଜିଲ୍ଲା ଖବର ) : ରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ରକ୍ତର ଅଭାବ କୁ ଦୃଷ୍ଟି ରେ ରଖି ହିଂଜିଲିକାଟୁ ବ୍ଲକ ରାଳବ ଗ୍ରାମରେ ବିପଦର ବନ୍ଧୁ ଓଡ଼ିଶା ଏବଂ ରାଳବ ଗ୍ରାମ ବାସୀଙ୍କ ମିଳିତ ଆନୁକୁଲ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରାଳବ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାର ପୋଇପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଗୌରହରି ପୋଲାଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମ କରି ୫ ଜଣ ଦିବ୍ୟାଙ୍ଗ ରକ୍ତ ଦାନ କରି ମୁଖ୍ୟ ଆକର୍ଷଣ ସାଜି ଥିବା ବେଳେ ୩ ଜଣ ମହିଳା ମଧ୍ୟ ରକ୍ତ ଦାନ କରି ଗ୍ରମାଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି କାର୍ଯ୍ୟକ୍ରମ ଗ୍ରାମର ବାଲାଜ୍ୟ ଖାଟାଇ, ମିଥୁନ ପରିଡ଼ା,ବଳରାମ ରାଉତ ଏବଂ ବିପଦ ର ବନ୍ଧୁ ସଂଗଠନ ର ସଭାପତି ରବିନ ସାହୁ ଅନୁଷ୍ଠାନର ସଦସ୍ୟ ନିଳ ଭଉଳ, ବାଦଲ ତ୍ରିପାଠୀ,ପପୁ ପରିଡ଼ା,କାହ୍ନା ଖୁଣ୍ଟିଆ, ନୀଳା ମୁନି, ରଞ୍ଜନ କୁମାର ସାହୁ,କୃଷ୍ଣ ପାତ୍ର,ମହେଶ୍ୱର ସେଠୀ,ତପନ ପ୍ରଧାନ,ବିକାଶ ଦଳାଇ, ବୁବୁନ୍ ପରିଡ଼ା ଏହି ମହତ୍ କାର୍ଯ୍ୟରେ ଯୋଗ ଦାନ କରି ଶିବିର ପରିଚାଳନା କରିବା ସହ ସହଯୋଗ କରିଥିଲେ ।

ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ବିଶେଷଜ୍ଞ ଦଳ କର୍ମଚାରୀ ମାନେ ଶୃଙ୍ଖଳିତ ଭାବେ ୭୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।
ହିଞ୍ଜିଳିକାଟୁ ରୁ ରଜନୀକାନ୍ତ ପାତ୍ରଙ୍କ ରିପୋର୍ଟ ଜିଲ୍ଲା ଖବର।