Thursday, November 12, 2026
Home ଆଞ୍ଚଳିକ ଦିନିକିଆ ଗଞ୍ଜାମ ଗ୍ରସ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିନିକିଆ ଗଞ୍ଜାମ ଗ୍ରସ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

80

ତାରାତାରିଣୀ , ୧୦/୦୭/୨୨ ( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ଦର୍ଶନ କରିଛନ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ଆଜି ମନ୍ତ୍ରୀ ଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ ରହିଛି l

ମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ଆଜି ସକାଳୁ ପ୍ରଥମେ ମା ତାରାତାରିଣୀ ଙ୍କ ଦର୍ଶନ ରେ ଆସିଥିବା ବେଳେ ବିଜେପି କର୍ମୀଙ୍କ ପକ୍ଷରୁ ଭାଟକୁମୁଡା ଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ କର୍ମୀଙ୍କ ସାଙ୍ଗରେ ମନ୍ତ୍ରୀ ତାରାତାରିଣୀ ଙ୍କ ପୀଠରେ ପହଞ୍ଚି ମା ଙ୍କ ଦର୍ଶନ କରିବା ପରେ ମନ୍ଦିର ର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ l

ଏବଂ ମନ୍ଦିର ପୂଜକ ଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

ଆଜି ମନ୍ତ୍ରୀ ବ୍ରହ୍ମପୁର IISER ର ସ୍ଥାୟୀ ହଷ୍ଟେଲ ଗୃହର ର ଉଦଘାଟନ କରିବା ସହିତ ଦଳୀୟ ଜିଲ୍ଲା ସ୍ତରୀୟ କର୍ମୀ ସମାବେଶ ରେ ଯୋଗ ଦେବା ର କାର୍ଯ୍ୟକ୍ରମ ରହିଛି ।