

ଆସିକା,୨୮/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ;ଆସିକା କଲେଜ ରୋଡ ସ୍ଥିତ ରଙ୍କନାଥ ବିହାର ଠାରେ ଥିବା ଡି-ପଲ ସ୍କୁଲ,ଆସିକାର ୨୦ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିକା ତହସିଲଦାର ଆଶୁତୋଷ ଗୈାରବ କର, ମୁଖ୍ୟବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ,ଡି-ପଲ ସ୍କୁଲ ଚେୟାରମ୍ୟାନ ଅଶୋକ କୁମାର ପାଢୀ,ବରିଷ୍ଠ ଶିକ୍ଷକ ତଥା ସଭାପତି କାଶୀନାଥ ଗୈାଡ, ଡି-ପଲ ସ୍କୁଲ ପ୍ରିନ୍ସିପାଲ ରଜନୀ ରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର ପାଢୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠୀତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ରଜନୀ ରାଣୀ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ମନ୍ତ୍ରଧ୍ୱନୀ ବେଦ ପାଠ ମଧ୍ୟରେ ପ୍ରଦିପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିଦ୍ୟାଳୟର ସଭାପତି କାଶୀନାଥ ଗୈାଡ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପ୍ରାରମ୍ଭିକ ସଙ୍ଗିତ ଗାନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ରଜନୀ ରାଣୀ ପଣ୍ଡା ବାର୍ଷିକ ବିବରଣି ପାଠ କରିଥିଲେ । ଡି-ପଲ ସ୍କୁଲ ଦିର୍ଘ ୨୦ ବର୍ଷ ଧରି ଆସିକା ସହର ଓ ଆଖପାଖ ଅଚଂଳର ଏକ ସୁନାମ୍ବ ଧନ୍ୟ ଶିକ୍ଷା ଅନୁଷ୍ଠାନ ରୁପେ ପରିଗଣିତ ହୋଇଛି । ଏହାର ପରିଚାଳନା ଦକ୍ଷତା ସାଙ୍ଗକୁ ଶୃଙ୍ଖଳିତ,ନିୟମିତ ଓ ସମୟପୋଗୀ ଶିକ୍ଷା ପ୍ରଦାନ ଯୋଗୁଁ ଆସିକାର ଏକ ଅଗ୍ରଣି ଶିକ୍ଷା ଅନୁଷ୍ଠାନ ରୁପେ ସୁନାମ ଅର୍ଜନ କରିଛି ବୋଲି ମୁଖ୍ୟବକ୍ତା ଡଃ.ତାରାପ୍ରସାଦ ଦାଶ କହିଥିଲେ । ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ୮ଶହ ଜଣ ଛାତ୍ରଛାତ୍ରୀଙ୍କୁ ସିଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ବାର୍ଷିକ ପତ୍ରିକା ସୁରଭିତକୁ ଉନ୍ମୋଚନ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ,ନାଟକ,ସଙ୍ଗୀତ ପ୍ରମୁଖ ପରିବେଷଣ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ ମିଶ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ ସହ ଯୋଗ କରିଥିବା ବେଳେ ଶିକ୍ଷକ ସନୋଜ କୁମାର ସ୍ୱାଇଁ ଓ ଦିପ୍ତି ପଟ୍ଟନାୟକ ମଚଂ ପରିଚାଳନା କରିଥିଲେ ।



