
ବୁଗୁଡ଼ା , ୧୦/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ରୁ ନବଦିନ ପାଇଁ ମାଉସୀ ମା ଓ ଗୁଣ୍ଡିଚା ଦେବୀଙ୍କ ମନ୍ଦିରକୁ


ଅପରାହ୍ନ ସମୟରେ ଆଡପ ମଣ୍ଡପରୁ ଘଣ୍ଟ ଘଣ୍ଟା ଏବଂ ମୃଦଙ୍ଗର ତାଳେ ତାଳେ ଝୁଲି ଝୁଲି ଆସି ଜନସମୁଦ୍ର ମଧ୍ୟରେ ରଥାରୂଢ଼ ହୋଇଥିଲେ। ତା’ପରେ ରଥଟଣା ଆରମ୍ଭ କରି ବଡଦାଣ୍ଡର ମଧ୍ୟଭାଗ ପର୍ଯ୍ୟନ୍ତ ଆଣିଥିଲେ।


ସେଠାରେ ଏକାଦଶୀ ବ୍ରତ ପାଳନ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇ ତା’ପର ଦିନ ଶ୍ରୀମନ୍ଦିରର ସିଂହାସନରେ ବିରାଜମାନ କରିବେ।



ଏହି ବାହୁଡା ଯାତ୍ରା କାର୍ଯ୍ୟକ୍ରମରେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ବେଳେ ପୂଜକ ହରିହର ପଣ୍ଡାଙ୍କ ସମେତ ସମସ୍ତ ପୂଜକ ଓ ଶ୍ରୀ ବଳଦେବ ସ୍ବାମୀଙ୍କ ଉନ୍ନୟନ କମିଟିର ଶରତଚନ୍ଦ୍ର ମହାରଣା ସୁପରିଚାଳନା କରିଥିଲେ ।



ସେହିପରି ଅଞ୍ଚଳର ଅନ୍ତରପଡା,ଆଦିପୁର,କାଦପଡା ଗ୍ରାମରେ ମଧ୍ୟ ବାହୁଡ଼ା ଯାତ୍ରା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


