Wednesday, November 11, 2026
Home ଆଞ୍ଚଳିକ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପରେ ଅମରନାଥ ଯାଇଥିବା ସମସ୍ତ ଯାତ୍ରୀ ଙ୍କୁ ସୁବିଧା ମିଳିଲା...

ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପରେ ଅମରନାଥ ଯାଇଥିବା ସମସ୍ତ ଯାତ୍ରୀ ଙ୍କୁ ସୁବିଧା ମିଳିଲା ।

106

ରାୟଗଡ଼ା , ୧୦/୦୭/୨୨ (ଜିଲ୍ଲା ଖବର) : ଗତ ଶୁକ୍ରବାର ଦିନ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିବାରୁ ତିନି ଜଣ ମହିଳା ଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟ ହେଇଚି ।ଏହି ଘଟଣା ରେ ରାୟଗଡା ଜିଲ୍ଲା ରୁ ପାଞ୍ଚ ଜଣ ଅମରନାଥ ଦର୍ଶନ ପାଇଁ ଯାଇଥିବା ସମସ୍ତେ ଅଲ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ,ସମସ୍ତ ଙ୍କ ଜିନିଷ ପତ୍ର ଓ ଟଙ୍କା ଭାସୀଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

ସମସ୍ତେ ରାୟଗଡା ସହର ର ବାସିନ୍ଦା , ସେମାନେ ହେଲେ ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର , କେ ,ରବି କୁମାର , ଟୁକୁନା ପ୍ରଧାନ ଓ ନିହାର ରଞ୍ଜନ ପାତ୍ର ବୋଲି ଜଣା ପଡ଼ିଛି ,ଅପରପକ୍ଷେ ରାୟଗଡା ଜିଲ୍ଲା ପାଳ ସମସ୍ତ ଯାତ୍ରୀ ଯେପରି ସୁରକ୍ଷିତ ଭାବେ ରାୟଗଡା ଫେରିବେ ସେ ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାୟଗଡା ରୁ ଯାଇଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀ ଆଜି ଜାମୁ ଫେରୁଛନ୍ତି ,ଜାମୁ ରୁ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସମସ୍ତ ଙ୍କ ସ୍ୱାସ୍ତ୍ୟ ଅବସ୍ଥା ଠିକ ଥିବା ପ୍ରକାଶ କରିଛନ୍ତି ଅମରନାଥ ଯାଇଥିବା ଯାତ୍ରୀ ଟୁକୁନା ପ୍ରଧାନ ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।