ଓଡ଼ିଆ ଗୀତ ଶେଷଇଛା ଉନ୍ମୋଚିତ

31

ଓଡ଼ଗାଁ,୧୦/୭(ଜିଲ୍ଲା ଖବର) : ଓଡ଼ଗାଁ ବ୍ଲକ ଶରଣକୁଳଠାରେ ବିଜେ ଲଡୁବାବାଙ୍କ ପୀଠରେ ବିରାଜିତ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ବାହୁଡ଼ା ଯାତ୍ରା ଅବସରରେ ଜଗନ୍ନାଥଙ୍କ ଜଣାଣ “ଶେଷ ଇଚ୍ଛା” ସଙ୍ଗୀତ ଆଲବମ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ତିନିରଥ ସମ୍ମୁଖରେ ଲୋକାର୍ପଣ ହୋଇଯାଇଛି ।ଏହି ଲୋକାର୍ପଣ ଉତ୍ସବରେ କବି ଗୀତିକାର ଦୀନବନ୍ଧୁ ମହାପାତ୍ର,କବି ତିଳକ ସୁରେଶ ଚନ୍ଦ୍ର ବରାଡ, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ୱାଇଁ,ଯୁବ କବି ପରମାନଦ ସ୍ୱାଇଁ,ଲଡୁବାବା ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ, ସାମ୍ବାଦିକ ବିପିନ ବିହାରୀ ତ୍ରିପାଠୀ, ଜୟକୃଷ୍ଣ ସାହୂ,ରିପନ କୁମାର ପଣ୍ଡା,ମାନସ ସାହୂ ଇତ୍ୟାଦି ଅତିଥି ଭାବରେ ଯୋଗଦେଇ ସଂଗୀତଟିକୁ ଲୋକାର୍ପଣ କରିବା ସହିତ ଗୀତର ସ୍ୱର,ଭାବ ଓ ତାଳ ଏବଂ ଲୟ ଉଚ୍ଚକୋଟିର ହୋଇଥିବାରୁ ଭୁରି ଭୁରି ପ୍ରସଂଶା କରିଥିଲେ ।ଏହି ଓଡ଼ିଆ ଗୀତ ଶେଷ ଇଚ୍ଛାକୁ ସୁଦୂର ଓମାନରେ ଥିବା ଦରପଦା ଗ୍ରାମର କବି ଓ ଗୀତିକାର ଶୁସାନ୍ତ କୁମାର ପାତ୍ର ରଚନା କରିଥିବାବେଳେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାରଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀ ଚରଣ ମହାନ୍ତି ।ଏହି ଆଲବମ ଗୀତଟି ଜନାର୍ଦ୍ଦୁତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଥିବା ଜଣାପଡିଛି।