
ଶେରଗଡ଼ , ୧୦/୦୭/୨୨ ( ଜିଲ୍ଲା ଖବର ) : ଶେରଗଡ ମିଡିଆ ହାଉସ ପକ୍ଷରୁ ମିଡିଆ ହାଉସ ର ଦିଗଦ୍ରଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମେଘନାଦ ଦାସ ଓ ସଭାପତି ଅଖିଳ କୁମାର ପଟ୍ଟନାୟକ ଙ୍କ ତତ୍ବାବଧାନରେ ଶେରଗଡ ଅଗ୍ନଶମ କେନ୍ଦ୍ର ସାମନାରେ ବୃକ୍ଷ ରୋପଣ କରାଯାଇଛି।



ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ସମାଜ କୁ ଧ୍ବଂସ ମୁଖରୁ ରକ୍ଷା କରିବା ପାଇଁ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ଏବଂ ସମସ୍ତ ବର୍ଗର ଜନସାଧାରଣ ଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଆହ୍ବାନ ଦେଈଛନ୍ତି।


ଏହି କାର୍ଯ୍ୟକ୍ରମ ରେ ଅଗ୍ନଶମ କେନ୍ଦ୍ର ର ଅଧିକାରୀ, ମିଡିଆ ହାଉସ ର ସଂପାଦକ ଶଙ୍କର ପ୍ରସାଦ ପ୍ରଧାନ ଓ ଅଶୋକ କୁମାର ଦାସ , ଉପସଭାପତି ଅଜିତ କୁମାର ପଣ୍ଡା,କୋଷାଧ୍ୟକ୍ଷ ଶ୍ରୀପଦ କୁମାର ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, ବିରୁପାକ୍ଷ ବିଷୋୟୀ,


ମୋହନ ପ୍ରସାଦ ପଣ୍ଡା, ଅଶୋକ କୁମାର ନାୟକ, ରାଜୀବ ପ୍ରଧାନ , ନିରାକାର ବିଶୋଇ ଫରେଷ୍ଟର ଅକ୍ଷୟ କୁମାର ତ୍ରିପାଠୀ ଓ ଶାନ୍ତନୁ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ


