
ଆସିକା,୨୮/୧୨(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ଓଡିଆ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଗଣେଶ୍ୱର ମାଝୀଙ୍କ ଅଧ୍ୟକ୍ଷତାରେ ଏହି ପାଠଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟବକ୍ତ ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓଡିଆ ବିଭାଗ ଅଧ୍ୟାପିକା ଡଃ.ସ୍ମିତାରାଣି ପଣ୍ଡା ଯୋଗ ଦେଇଥିଲେ । ମହାବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡଃ.ସୁପ୍ରିୟା ଦାଶ ସଭାକୁ ପରିଚାଳନା କରିଥିଲେ । ଛାତ୍ରୀ ଗଙ୍ଗୋତ୍ରୀ ସ୍ୱାଇଁ,ଯଶସ୍ୱନୀ ଗୈାଡ,ସୁମିତ୍ରା ପରିଡା ପ୍ରମୁଖ ଲୋକନାଟ ଦଣ୍ଡନାଚ ସମ୍ପର୍କୀତ ପ୍ରବନ୍ଧ ପାଠ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଗଞ୍ଜାମ ଜିଲ୍ଲା ଲୋକନାଟ ଦଣ୍ଡନାଚ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ଦଣ୍ଡନାଚର ପରମ୍ପରା ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଡଃ.କେ.ଓଏମ. ନାରାୟଣ ରାଓ,ଡଃ.ସରୋଜ କୁମାର ଜେନା, ଡଃ. ଯସଶ୍ରୀ ମଲ୍ଲିକ,ଡଃ.ଲକ୍ଷ୍ମଣ କୁମାର ସୋରେନ ସମେତ ପାଣ୍ଡବ ରେଡ୍ଡୀ,ପ୍ରିୟଙ୍କା ମହାନ୍ତି,ବିନାୟକ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଡଃ.ଶସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।



