
ରାୟଗଡ଼ା , ୧୦/୦୭/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହିବା ଓ ବିଶାଖାପାଟଣା କୋରାପୁଟ ଡିଏମୟୁ ଟ୍ରେନର ରହଣି ସମୟ ପରିବର୍ତ୍ତନ ପାଇଁ ଏକ ବିଜେପି ପ୍ରତିନିଧି ଦଳ ପକ୍ଷରୁ ବିଶାଖାପାଟଣାର ଡିଆରଏମଙ୍କୁ ସାକ୍ଷାତ କରି ଫେରିଥିବା ଜଣାପଡିଛି ।


ସୂଚନା ଅନୁସାରେ ଆଜି କଲ୍ୟାଣସିଂହପୁର ଖ ଜୋନ୍ ମଣ୍ଡଳ ସଭାପତି ମନୋଜ କୁମାର ସେଠୀଙ୍କ ନେତୃତ୍ୱରେ ୪ଜଣିଆ ପ୍ରତିନିଧି ଦଳ ବିଶାଖାପାଟଣା ରେଳବାଇ ବିଭାଗର ମୁଖ୍ୟ ଡିଆରଏମ ଅନୁପ କୁମାର ଶତପଥୀ ଙ୍କୁ ସାକ୍ଷାତ କରିଥିଲେ ଏହି ସମୟରେ ଲକ୍ଷ୍ମୀପୁର ରେଳବାଇର ସବ-ଇନିସ୍ପେକ୍ଟର ଆପରାଓ,ବିଶାଖାପାଟଣା ଇଣ୍ଟିଲିଜେଣ୍ଟ ବ୍ୟୁରୋ ଚିଫ୍ ସତ୍ୟ ନାରାୟଣ ଉପସ୍ଥିତ ରହିଥିଲେ ଏହା ସହ ଜେ କେ ନିକଟସ୍ତ ସିଙ୍ଗିପୁର ରୋଡ଼ ରେ ଥିବା ଲୱେର ବ୍ରିଜ ତଳୁଆ ହୋଇ ରହିଥିବା ଯୋଗୁଁ ବଡ଼ ବଡ଼ ଗାଡି ଯାତାୟତରେ ବାଧା ସୃଷ୍ଟି ହେଉଥିବା ବିଷୟରେ ବି ଆଲୋଚନା ହୋଇଥିଲା । ଏହି ବିଷୟରେ ବିଶାଖାପାଟଣା ଅଧିକାରୀ ଅବଗତ ହେବାପରେ ୨୫ଦିନ ସମୟ ମାଗିଥିଲେ ଆଉ ଏ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


ସିକରପାଇ ଠାରେ ପୂର୍ବରୁ ହୀରଖଣ୍ଡ ଏକ୍ସପ୍ରେସ ଟ୍ରେନ ରହୁଥିଲା କୋରୋନା ମହାମାରୀ ସମୟ ଠାରୁ ଆଉ ଏହି ଟ୍ରେନ ରହୁନାହିଁ ସେପରି ଡିଏମୟୁ ଟ୍ରେନ୍ ର ରହଣୀ ସମୟ ବଦଳାଇବା ପାଇଁ ପୂର୍ବରୁ ଏକ ବିଜେପି ପ୍ରତିନିଧି ଦଳ ତରଫରୁ ରେଳ ବିଭାଗ ର ଡିଆରଏମ ଇକୋ ଅଧିକାରୀଙ୍କୁ ଗତ ମାସ ୧୬ ତାରିଖରେ ନିକଟକୁ ଲିଖିତ ଆକାରରେ ଏକ ଦାବିପତ୍ର ଦେଇଥିଲେ ତାହାର କୌଣସି ଉତ୍ତର ମିଳିନଥିବାରୁ ପୁନର୍ବାର ସିକରପାଇ ରେଳ ବିଭାଗ କର୍ମଚାରୀ , ବିଜେପି କର୍ମକର୍ତ୍ତା ଓ କିଛି ଗ୍ରାମବାସୀ ବସି ଆଲୋଚନା ମଧ୍ୟ କରିଥିଲେ କିନ୍ତୁ ଏଥିରେ ବି କିଛି ସୁଫଳ ମିଳିପାରିନଥିଲା ।


ଯାହାଫଳରେ ବାଧ୍ୟ ହୋଇ କଲ୍ୟାଣସିଂହପୁର ଖ ଜୋନ୍ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ ଙ୍କ ସହ ବିଜେପି ଦଳର ବରିଷ୍ଠ ନେତା ହଳଧର ମିଶ୍ର , ଶିକରପାଇ ମଣ୍ଡଳ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ , ଧନେଶ୍ୱର ରାଉତ ପ୍ରମୁଖ ବିଶାଖାପାଟଣା ଗସ୍ତ କରିଥିଲେ। ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


