Home ଆଞ୍ଚଳିକ ଜିଲ୍ଳା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ 5T ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ ; ଛାତ୍ରଙ୍କ ସହ ଖେଳିଲେ...

ଜିଲ୍ଳା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ 5T ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ ; ଛାତ୍ରଙ୍କ ସହ ଖେଳିଲେ ବ୍ୟାଡ୍ ମିଣ୍ଟନ୍।

57

ବେଲଗୁଣ୍ଠା, ୦୯/୦୭/୨୨ ( ଜିଲ୍ଲା ଖବର ) : ଆଜି ଗଞ୍ଜାମ ଜିଲ୍ଳା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତିଭାସନ୍ ବେଲଗୁଣ୍ଠା ବ୍ଳକ୍ କୁ ଦିନିକିଆ ମାରାଥନ୍ ଗସ୍ତରେ ଆସି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଥିବା 5T ରୂପାନ୍ତରିତ ବିଦ୍ୟାଳୟ ତଥା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5T ଅଧୀନରେ ହୋଇଥିବା ଉଚ୍ଚ ମାନର ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି I

ଆଜି ମାନ୍ୟବର ପ୍ରକଳ୍ପ ନିର୍ଦ୍ଦେଶ କେ ଭି କୀର୍ତ୍ତିଭାସନ୍ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ପରିଚାଳନା ଶୈଳୀର ତଦାରଖ କରି ଶିକ୍ଷକ ମାନଙ୍କ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ i ଏହା ସହ ବିଦ୍ୟାଳୟର ଶତପ୍ରତିଶତ ହାଇସ୍କୁଲ୍ ପରୀକ୍ଷାଫଳ,ବର୍ଷକୁ ବର୍ଷ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ସମ୍ପର୍କରେ ଜାଣି ଖୁସି ପ୍ରକାଶ କରିଥିଲେ I ଏହାପରେ ଶ୍ରୀଯୁକ୍ତ କୀର୍ତ୍ତିଭାସନ୍ ବିଦ୍ୟାଳୟର ସିନ୍ଥେଟିକ୍ ବ୍ୟାଡ୍ ମିଣ୍ଟନ୍ କୋର୍ଟ୍, ସୋଲାର୍ ଲାଇଟ୍ ବ୍ୟବସ୍ଥା ଏବଂ ଖେଳ ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I

ଏହି ଆଜି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ମଧ୍ୟ ଉପସ୍ଥିତ ଥିଲେ I ଏହି ଅବସରରେ ଉପରୋକ୍ତ ଅଧିକାରୀ ମାନେ କିଛି ଛାତ୍ରଙ୍କ ସହିତ ନିର୍ମିତ ନୂତନ ସିନ୍ଥେଟିକ୍ ବ୍ୟାଡ୍ ମିଣ୍ଟନ୍ ପଡ଼ିଆରେ ବ୍ୟାଡ୍ ମିଣ୍ଟନ୍ ଖେଳି ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ I ପ୍ରକାଶ ଥାଉ କି ଶ୍ରୀଯୁକ୍ତ କିର୍ତ୍ତୀଭାସନ୍ ବ୍ରହ୍ମପୁର ଉପଜିଲ୍ଲାପାଳ ଥିଲା ବେଳେ ମଧ୍ୟ ଏହି ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ