
ରାୟଗଡ଼ା , ୦୯/୦୭/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁମ୍ବୁରିନେଲି ସଦର ପଞ୍ଚାୟତରେ ରହିଥିବା ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ ଛାତ୍ର ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଛନ୍ତି।


ଗତ କାଲି ରାତି ହଷ୍ଟେଲ ଛାତ୍ର ମାନେ ଖାଇପିଇ ସୋଇଥିବା ବେଳେ ସକାଳୁ ଝାଡା ବାନ୍ତି ର ଶିକାର ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଙ୍କୁ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମଙ୍ଗଳ ବିଭାଗ ଓ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ଦଣ୍ଡାପୋଡା ପ୍ରାଥମିକ ବିଦ୍ୟାଳୟ ରେ ମୋଟ ୪୦ ଜଣ ଛାତ୍ର ପାଠ ପଡିବା ପରେ କେବିକି ହୋଷ୍ଟେଲ ରେ ରହୁଥିଲେ।

ଗତ କାଲି ସାନ୍ଧ୍ୟରେ ସ୍କୁଲ ପରିସର ରେ ରହିଥିବା ପଣସ ଗଛ ରୁ ପଣସ ବାହାର କରି ଛାତ୍ରମାନେ ଖାଇଥିବାରୁ ଏଭଳି ଝାଡାବାନ୍ତିରେ ଶିକାର ହୋଇଥିବା ବେଳେ ୨ ଗୋଟି ଆମ୍ବୁଲେନ୍ସ ଯୋଗ ବିଷମ କଟକ ଗୋଷ୍ଟି

ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇବା ସହ ସେମାନଙ୍କ ଚିକିତ୍ସା ଚାଲିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ର ଙ୍କ ସ୍ୱାସ୍ଥ୍ୟଅବସ୍ତା ସ୍ଥିର ରହିଛି।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



