Saturday, November 14, 2026
Home ଆଞ୍ଚଳିକ ” ଗାହକ ମାଗତା ବେହେରାଙ୍କୁ ଆଞ୍ଚଳିକ ପ୍ରତିଭା ସମ୍ମାନ” ।

” ଗାହକ ମାଗତା ବେହେରାଙ୍କୁ ଆଞ୍ଚଳିକ ପ୍ରତିଭା ସମ୍ମାନ” ।

108

୦୯/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବାହାଲପୁରରେ ବିଦ୍ୟାଳୟସ୍ତରୀୟ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥ୍ ବେହେରା ମୁଖ୍ୟ ଅତିଥ୍ , ଗାହାଣ ଗାୟକ ମାଗତା ବେହେରା ମୁଖ୍ୟବକ୍ତା , ଗ୍ରାମ୍ୟ କମିଟି ସଭାପତି ରାମଚନ୍ଦ୍ର ବେହେରା ଓ ନାଏବ ସରପଞ୍ଚ ନିରଞ୍ଜନ ବେହେରା ସମ୍ମାନିତ ଅତିଥ୍‌ , ସିଆରସିସି ଶରତ ଚନ୍ଦ୍ର ବେହେରା ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ ।

କବିତା ଗଳ୍ପ ଓ ପ୍ରବନ୍ଧ ପଠନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ନିଜର ଦକ୍ଷତାର ପରିଚୟ ଦେଇଥିଲେ । ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ରହିଥିବା ବିଭିନ୍ନ । ବିଦ୍ୟାଳୟସ୍ତରୀୟ ଶିଶୁ ଲେଉଟ ଜର୍ମଶାଳା ।

ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ତ୍ରିନାଥ ରେଡି ପରିଚାଳନ କରିଥିଲେ। ଶିକ୍ଷକ ମହେଶ୍ଵର ବେହେରା ସଂଯୋଜନା କରିଥିବା ବେଳେ ଭବାନି ମହାନ୍ତି ଏବଂ ସୁକାନ୍ତ ନାୟକ ପରିଚାଳନ ରେ ସହଯୋଗ କରିଥିଲେ।

ଗାହାଣୀ ଗାୟକ ମାଗତା ବେହେରା କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ବଂଶ ର ସୃଷ୍ଟି କୁ ସୁନ୍ଦର ଭାବରେ ନୃତ୍ଯ ଏବଂ ଗାନ କରାଇ ଛାତ୍ର ଓ ଛାତ୍ରୀମାନଙ୍କୁ ସାହିତ୍ୟ ପ୍ରତି ରୁଚି ରଖିବା ପାଇଁ ଉପଦେଶ ଦେଇଥିଲେ। ଶେଷରେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରା ମାଗତା ବେହେରା କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନିତ କରିଥିଲେ ଏବଂ ତା ସହିତ କୃତିତ୍ଵ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରିଥିଲେ।